Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋ ସଂସ୍କୃତି ମୋ ଖେଳନା କର୍ମଶାଳା

ସମ୍ବଲପୁର:କାଇଶିର କ୍ଲଷ୍ଟର ନିର୍ଗୁଣପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ଅମ୍ଳାନ ପରିବେଶରେ ଆମ ସଂସ୍କୃତି ଓ ଆମ ଖେଳନା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜେନ୍ଦ୍ର ଓରାମ ଓ ସମ୍ମାନିତ ଅତିଥି ଭାବରେ ଶେଷଦେଵ ଗୁରୁ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବବୃବାହାନ ଭୋଇ, ସି.ଆର.ସି.ସି. ଶ୍ରୀମତୀ ପ୍ରୀତିରାଣୀ ବଢ଼େଇ, ଆର.ପି. ଶ୍ରୀମତୀ କାମିନୀ ମୁଣ୍ଡା ଉପସ୍ଥିତ ରହି ମୋ ସଂସ୍କୃତି ମୋ ଖେଳନା ଉପରେ ବିସୃତ ଭାବରେ ବୁଝାଇଥିଲେ।ଏହି କର୍ମଶାଳାରେ ସାତଟି ବିଦ୍ୟାଳୟର ଶିକ୍ଷୟତ୍ରୀ ମାନେ ବିଭିନ୍ନ ଖେଳନା ଉପରେ ପ୍ରକଳ୍ପ ତିଆରି କରିଥିଲେ ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତାଙ୍କ ଅଭିଭାଷଣରେ ପ୍ରକାଶ କରିଛନ୍ତି ସୁଜନଶୀଳତା ଏବଂ ଅଭିଜ୍ଞତାର ସୁଯୋଗ ପ୍ରକଳ୍ପର ମାପକାଠି, ଏହି ମାପକାଠି ଦ୍ଵାରା ଅଭ୍ୟାସ ଓ ପ୍ରୟୋଗର ସୁଯୋଗ ପାଇଲେ କଲା, ସଂସ୍କୃତି କୁ ବଞ୍ଚାଇ ରଖିବାର ପ୍ରୟାସ ଜାରି ରହିଥାଏ । ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦକ୍ଷତା ପର୍ଯ୍ୟାପ୍ତ ପରିମାଣରେ ସଂଗଠିତ ହେଲେ ଶିଶୁର ଗୁଣାତ୍ମକ ଶିକ୍ଷାର ବିକାଶ କଳାସଂସ୍କୃତି ସହିତ ସଂଶ୍ଳିଷ୍ଟ ହୋଇ ଆଗକୁ ବଢେ ।ଆମ ସଂସ୍କୃତି ଆମ ଖେଳନା ଏକ ମାଧ୍ୟମ ପୁରାତନ ପରମ୍ପରାରେ ଜିନିଷ ସହ ନୂତନତ୍ୱ ସାମାଜିକ ବ୍ୟବସ୍ଥା ସହ ସଂସ୍କୃତି ର ବିକାଶ ଘଟିଥାଏ ।ଏହି କାର୍ଯ୍ୟକ୍ରମ କୁ ସଫଳତାର ସହ ବିଷ୍ଣୁପ୍ରିୟା ରଥ, ସିତାରାଣୀ ବେହେରା,କାମିନୀ ମୁଣ୍ଡା, ସୁଲଚନା ମିଶ୍ର, ତନ୍ମୟ। ମାଝୀ, ସୁଲଚନା ମିଶ୍ର,ତାପସ୍ୱିନୀ ବାରିକ, ନିରୂପମା ଦେହୁରୀ, ଶାନ୍ତିଲତା ବେହେରା, ସୁଜାତା ବେହେରା, ଶୁଭାଶିନୀ ଚୌଧୁରୀ ଓ ମମତା ସାହୁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ