Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଣୁପୁର ବିଧାୟକଙ୍କ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ତଦାରଖ

ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ମାନଙ୍କ ମଧ୍ୟରେ ସାମିଲ ହୋଇଛି ଗୁଡାରୀ ବିଜ୍ଞାପିତ ଅଞ୍ଚଳ ପରିଷଦ। ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ମାନଙ୍କ ମଧ୍ୟରେ ଆର୍ଥିକ ବର୍ଷ ୨୦୨୨/୨୦୨୩ ରେ ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ ଚାଲିଛି ଇଣ୍ଡୋର ଷ୍ଟେଡିୟମ ଏବଂ ଆଉଟ ଡୋର ଷ୍ଟାଡିୟମ। ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି ଦୁଇଟି ଷ୍ଟାଡିୟମର କାର୍ଯ୍ୟ। ଯାହା କ୍ରିଢ଼ା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଗୁଡାରୀ ବ୍ଳକ ଏବଂ ଏନଏସି ର କ୍ରୀଡା ପ୍ରେମୀ ମାନଙ୍କ ପାଇଁ ଉନ୍ନତମାନର କ୍ରିଡ଼ା ପ୍ରଶିକ୍ଷଣ ମିଳିପାରିବ ବୋଲି ଜଣାପଡିଛି । ଅନ୍ୟପଟେ ଗୁଡାରୀ ଏନଏସି ରେ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଯାଉଛି ଏକ ଉଚ୍ଚ ସ୍ତରୟ ସ୍ଵାସ୍ଥ୍ୟ କେନ୍ଦ୍ର। ସୋମବାର ଦିନ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ନିର୍ମାଣ ଚାଲିଥିବା ଇଣ୍ଡୋର ଷ୍ଟେଡିୟମ କାର୍ଯ୍ୟ ଏବଂ ନୁତନ ଭାବରେ ଗଠନ ହେବାକୁ ଥିବା ସ୍ଵାସ୍ଥ୍ୟ କେନ୍ଦ୍ର ର ଜାଗା କୁ ତଦାରଖ କରିଥିଲେ ଏଥିରୁ ଜଣାପଡୁଛି ଦିର୍ଘ ବର୍ଷ କଂଗ୍ରେସ ସରକାର ସାଂସଦ ବିଧାୟକ ଏହି ନିର୍ବାଚନ ମଣ୍ଡଳି ରେ ବିଜୟ ହାସଲ କରୁଥିଲେ ମଧ୍ୟ ଗୁଡାରୀ ସହରର ଉନ୍ନତିମୂଳକ କାର୍ଯ୍ୟ କରିବା ପାଇଁ ସେମାନଙ୍କ ଆଗ୍ରହ ପ୍ରକଶ କରୁନଥିଲେ କିନ୍ତୁ ଚଳିତ ସରକାର ନଗରର ଉନ୍ନତି ପାଇଁ ସଦାସର୍ବଦା ଚେଷ୍ଟିତ ! ଏହି ଉନ୍ନତିମୂଳକ କାର୍ଯ୍ୟକୁ ଗୁଡାରୀ କିଛି କଲେଜ ଛାତ୍ର ଏବଂ ବାହାର ସହରକୁ ଯାଇ ଚିକିତ୍ସିତି ଦେଉଥିବା ଗରିବ ଏବଂ ସାଧାରଣ ବର୍ଗର ଲୋକେ ସହରର କ୍ରିଢ଼ା ଏବଂ ସ୍ୱାସ୍ଥ୍ୟ କୁ ଗୁରୁତ୍ଵ ଦେଇଥିବାରୁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ