କିଶୋରୀ ସାହୁଙ୍କ ପରଲୋକ


ସମ୍ବଲପୁର(ପଡିଆବାହାଲ):ବାହାମ ପଞ୍ଚାୟତ ପଧାନପାଲି ଗ୍ରାମର କିଶୋରୀ ସାହୁଙ୍କ ୮୫ ବର୍ଷ ବୟସରେ ଗତକାଲି ପରଲୋକ ହୋଇଯାଇଛି ।ସେ ଜଣେ ମିଳାପି ଓ ଧର୍ମପରାୟଣ ମହିଳା ଥିଲେ। ମୃତ୍ୟୁ ବେଳକୁ ସେ ତାଙ୍କ ୨ ପୁଅ ଜଗଦିଶ,ବ୍ୟୋମକେଶ ଓ ୨ ଝିଅ ଅଞ୍ଜଳି ଓ କଲ୍ୟାଣୀ ସାହୁଙ୍କ ସହିତ ନାତି ନାତୁଣିକୁ ଛାଡି ଚାଲି ଯାଇଛନ୍ତି ।ତାଙ୍କର ଗାଁ ସ୍ମଶାନରେ ଅନ୍ତିମ ସଂସ୍କାର ହୋଇଥିବା ବେଳେ ବଡପୁଅ ଅଞ୍ଚଳର ଜଣା ଶୁଣା ଜଗଦିଶ ସାହୁ ମୁଖାଗ୍ନି ଦେଇଥିଲେ।ସ୍ୱର୍ଗତ କିଶୋରୀଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି।