Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୟନ୍ତପୁର ଶ୍ରୀରାମ ବାଟିକାରେ ନାମ ମହାଯଜ୍ଞ

ସମ୍ବଲପୁର(ଜୟନ୍ତପୁର):ଜୟନ୍ତପୁର ନିକଟସ୍ଥ କେନଘାଟି ଶ୍ରୀରାମ ବାଟିକା ଠାରେ ଚବିଶ ପ୍ରହରୀ ନାମ ମହାଯଜ୍ଞର ଆଜି ପୂର୍ଣ୍ଣାହୁତି ପଡିଛି। ସାଧୁ ସନ୍ଥ ମହାତ୍ମା ମାନଙ୍କ ପବିତ୍ର ଦର୍ଶନ ଏହାର ବିଶେଷତ୍ୱ ବହନ କରିଥିଲା। ଦୀର୍ଘ ବର୍ଷ ହେଲା ଶ୍ରୀରାମ ଭକ୍ତ,ଶ୍ରୀ ହନୁମାନ ଭକ୍ତ ସମାଜସେବୀ ଶତ୍ରୁଘନ ଲାଲ ଶାହା ଧର୍ମପ୍ରାଣ ବନ୍ଧୁ ମାନଙ୍କ ସହଯୋଗରେ ଏହାର ଆୟୋଜନ କରି ଆସୁଛନ୍ତି | ହଜାର ହଜାର ସଂଖ୍ୟାରେ ଶ୍ରୀରାମ ଓ ଶ୍ରୀକୃଷ୍ଣ ଭକ୍ତ ମାନଙ୍କ ସହ ଏହି ନାମ ମହାଯଜ୍ଞରେ ବହୁ ଧାର୍ମିକ ବ୍ୟକ୍ତିତ୍ୱ,ସାଧୁସନ୍ଥ,ରାଜନେତା,ଜନପ୍ରତିନିଧି,ସାମ୍ବାଦିକ ପ୍ରମୁଖ ଯୋଗଦାନ କରି ଥିଲେ।ଉପସ୍ଥିତ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଅନ୍ନପ୍ରସାଦରେ ଆପ୍ୟାୟିତ କରାଯାଇଥିଲା । ଏଥିରେ ସମ୍ବଲପୁରର ପୁର୍ବତନ ଉପ ନଗରପାଳ ତଥା ସମାଜସେବୀ ସିଦ୍ଧାର୍ଥ ସାହା ଓ ଟିମ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ