Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲିଗୁଡ଼ା ବ୍ଲକ ଅଞ୍ଚଳ ର ଅପହଞ୍ଚ ଇଲାକା ପାଇଁ ବରଦାନ ସାଜିବ ବିଜୁ ସେତୁ : ୩ ପଞ୍ଚାୟତରେ ୪ ସେତୁ ନିର୍ମାଣ ପାଇଁ ଶିଳାନ୍ୟାସ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): ଗମନାଗମନର ମୁଖ୍ୟ ମାଧ୍ୟମ ପାଲଟିଛି ବିଜୁ ସେତୁ। ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାରଖମା, ବୁଡ଼ୁକିଆ ଓ ସିନ୍ଦ୍ରିଗାଁ ପଞ୍ଚାୟତରେ ୧୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ ହେବ ଚାରୋଟି ବିଜୁ ସେତୁ । ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର, ଜିଲ୍ଲା ପରିଷଦ ଅଧ୍ଯକ୍ଷା ନନ୍ଦିନୀ ମଲ୍ଲିକ, ବ୍ଲକ୍ ଅଧ୍ଯକ୍ଷା ନିଶାବତୀ ମଲ୍ଲିକ ସମ୍ପୃକ୍ତ ଅଞ୍ଚଳ ଗସ୍ତକରି ସେତୁ ନିର୍ମାଣ ନିମନ୍ତେ ଶିଳାନ୍ୟାସ କରିଛନ୍ତି। ବାରଖମା ପଞ୍ଚାୟତର ଡେଲାମୁଣ୍ଡା ଠାରୁ ଗତିଙ୍ଗିଆ ରାସ୍ତାର ନାଳ ଉପରେ ୨ କୋଟି ୮୭ ଲକ୍ଷ ୪୬ ହଜାର୧୯୩ ଟଙ୍କା ବ୍ୟୟରେ ଏବଂ ସାକାରପଡ଼ି ଠାରୁ ବୁକୁକିଆ ରାସ୍ତାର କପରଡ଼ି ନାଳ ଉପରେ ୨ କୋଟି ୯୦ ଲକ୍ଷ ୪ ହଜାର ୨୮୦ ଟଙ୍କା ବ୍ୟୟରେ ନିର୍ମାଣ ହେବ ପୋଲ | ସେହିଭଳି ବୁଡ଼ୁକିଆ ପଞ୍ଚାୟତର ମାଦିନାଟ ଦମଦେଇ ନାଳ ଉପରେ ୫ କୋଟି ୫ ଲକ୍ଷ ୯୮ ହଜାର ୨୩୫ଟଙ୍କା ଓ ସିନ୍ଦ୍ରିଗାଁ ପଞ୍ଚାୟତର ସାପାଖାମ୍ବା ଗାଡ଼ିଆଯୋଡ଼ି ନାଳ ଉପରେ ୩କୋଟି ୮୬ ଲକ୍ଷ ୬୪ ହଜାର ୨୧୫ ଟଙ୍କା ବ୍ୟୟରେ ନିର୍ମାଣ ହେବ ସୁଉଚ୍ଚ ପୋଲ ନିର୍ମାଣ ହେବା ଫଳରେ ବାଲିଗୁଡା ସହରରୁ ଫୁଲବାଣୀ ସଦର ମହକୁମାକୁ ଏକ ନୂତନ ଯୋଗଯୋଗ ତିଆରି ହେବା ସହ ବାଲିଗୁଡ଼ାରୁ ଫୁଲବାଣୀକୁ ପାଖାପାଖି ୨୫ କିଲୋମିଟର ବ୍ୟବଧାନ କମିବ। ଏହି ୪ ବିଜୁ ସେତୁ ହେବା ଫଳରେ ତିନି ପଞ୍ଚାୟତର ୨୦ ଖଣ୍ଡ ଅପହଞ୍ଚ ଗାଁର ୧୦ ହଜାର ଜନସାଧାରଣ ଉପକୃତ ହେବେ। ଅଞ୍ଚଳ ବାସୀଙ୍କ ଦୈନନ୍ଦିନ ଜୀବନର ଆଉ ସମସ୍ୟା ରହିବ ନାହିଁ । ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ଅର୍ଥ ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ‘୫-ଟି’ ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ବିଧାୟକ, ଜିଲ୍ଲା ପରିଷଦ ଅଧ୍ଯକ୍ଷା ଓ ଅଞ୍ଚଳବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ