Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲି ରେ ନାହାନ୍ତି ସ୍ଥାୟୀ ଡାକ୍ତର

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସରକାରୀ ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନାହାନ୍ତି। ଜଣେ ଫାର୍ମାସିଷ୍ଟ ଙ୍କ ଭରସା ରେ ଚାଲିଛି ସରକାରୀ ଡାକ୍ତରଖାନା। ରେଙ୍ଗାଲି ରେ ଥିବା ସ୍ଥାୟୀ ଡାକ୍ତର ମାତୃତ୍ୱ ଛୁଟି ରେ ଚାଲିଯିବା ପରେ ରେଙ୍ଗାଲି ବ୍ଲକ ର କତରବଗା ଓ ଖିଣ୍ଡା ଡାକ୍ତରଖାନା ର ଡାକ୍ତର ମାନେ ପାଳି କରି ରେଙ୍ଗାଲି ଡାକ୍ତରଖାନା ରେ ରୋଗୀ ଦେଖୁଛନ୍ତି। ଫଳରେ ରୋଗୀ ସେବା ଭଲ ଭାବରେ ହେଉନଥିବାର ଲୋକେ ଅଭିଯୋଗ କରିଛନ୍ତି।
ସମ୍ବଲପୁର ଜିଲ୍ଲା ର ରେଙ୍ଗାଲି ଏକ ଶିଳ୍ପାଞ୍ଚଳ। ରେଙ୍ଗାଲି ବ୍ଲକ ରେ ବହୁ ଛୋଟ ବଡ଼ ଶିଳ୍ପାନୁଷ୍ଠାନ ଗୁଡିକ ଗଢି ଉଠିଛି। ରେଙ୍ଗାଲି ସମ୍ବଲପୁର- ରାଉରକେଲା ବିଜୁ ଏକ୍ସପ୍ରେସ ୱେ ପାର୍ଶ୍ଵରେ ରହିଛି। ତେଣୁ ଶିଳ୍ପାନୁଷ୍ଠାନ ଗୁଡିକ ରେ ଓ ରାସ୍ତାରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟିଥାଏ। ଡାକ୍ତରଖାନା ରେ ଡାକ୍ତର ନଥିବାରୁ ଦୁର୍ଘଟଣା ରେ ଶିକାର ବ୍ୟକ୍ତି ମାନଙ୍କୁ ସମ୍ବଲପୁର କିମ୍ବା ବୁର୍ଲା ଡାକ୍ତରଖାନା କୁ ରେଫର କରାଯାଉଛି। ଏହି ସରକାରୀ ଡାକ୍ତରଖାନା ରେ ରୋଗୀ ସେବା ହେଉନଥିବାରୁ ଦୁର୍ଘଟଣା ଶିକାର ରୋଗୀ ମନେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।
ରେଙ୍ଗାଲି ଶିଳ୍ପାଞ୍ଚଳରେ ପରିଣତ ହୋଇଥିବାରୁ ରେଙ୍ଗାଲି ର ଲୋକସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସେ ଦୃଷ୍ଟିରୁ ରେଙ୍ଗାଲି ରେ ଏକ ବଡ଼ ଡ଼ାକ୍ତରଖାନାର ଆବଶ୍ୟକତା ରହିଛି। ରେଙ୍ଗାଲି ଅଞ୍ଚଳବାସୀ ବହୁ ଦିନରୁ ରେଙ୍ଗାଲି ରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପରିଣତ କରିବା ପାଇଁ ଦାବି କରୁଥିଲେ ମଧ୍ୟ ସରକାର ରେଙ୍ଗାଲି ର ଦାବି କୁ କର୍ଣ୍ଣପାତ କରୁନାହାନ୍ତି। ଯଦି ସରକାର ଶୀଘ୍ର ରେଙ୍ଗାଲି ଅଞ୍ଚଳବାସୀ ଙ୍କ ଦାବି ପୂରଣ ନକରିବେ ଆଗକୁ ବଡ଼ ଧରଣର ଆନ୍ଦୋଳନ ହେବାର ଆଶଙ୍କା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ