Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସମ୍ବଲପୁରରେ ଆସନ୍ତା ୬ରୁ ସମ୍ବଲପୁରୀ ଧନୁ ଯାତ୍ରା

ସମ୍ବଲପୁର,ତା୦୪।୦୩: ଚଳିତ ବର୍ଷ ପ୍ରଥମ ଥର ପାଇଁ ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ସମ୍ବଲପୁରୀ ଭାଷାରେ ଧନୁ ଯାତ୍ରା ଆଗାମୀ ୬ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୧୦ ତାରିଖ କଂସ ବଧରେ ଉଦଯାପିତ ହେବ। ଏଥିପାଇଁ ସମ୍ବଲପୁର ମ୍ୟୁନ୍ସିପାଲଟି ଛକରେ ଥିବା ଗଙ୍ଗାଧର ମଣ୍ଡପ କଂସ ଦରବାର (ମଥୁରାନଗରୀ) ଓ ଚାଉଁରପୁର ଗ୍ରାମକୁ ଗୋପପୁର ଭାବେ ନିଆଯାଇଛି। ଏଥିପାଇଁ ଆସନ୍ତା ୬ ତାରିଖ ସକାଳ ୧୦ଟାରେ ସମଲେଶ୍ବରୀ ମନ୍ଦିରରେ ପୂଜାର୍ଚନା କରାଯାଇ ଏକ ସୁସଜ୍ଜିତ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ସମଲେଶ୍ବରୀ ମନ୍ଦିରରୁ ବାହାରି ଗଙ୍ଗାଧର ମଣ୍ଡପରେ ପହଞ୍ଚିବ । ସେହିଦିନ ସନ୍ଧ୍ୟା ୬ଟାରେ ଉଦଘାଟନୀ ସଭା ଓ ରଙ୍ଗସଭାରୁ ଧନୁଯାତ୍ରାର ଶୁଭାରମ୍ଭ ହେବ।୭ ତାରିଖରୁ ସମ୍ବଲପୁର ସହରର ମୁଖ୍ୟ ରାସ୍ତା ବଡ ସଡକ,ସାନ ସଡକ,ନନ୍ଦପଡା,ଝାଡୁଆପଡା,କୁଞ୍ଜେଲ ପଡା,ମହାନ୍ତିପଡା,କଂସାରି ପଡା,ବୈଦ୍ୟନାଥ ଛକ,ନେଲସନ ମଣ୍ଡେଲା ଛକ,ଜେଲ ଛକ, ଭୂତାପଡା, ଅଶୋକା ଟକିଜ୍, ଲକ୍ଷ୍ମୀ ଟକିଜ୍,ଗୋଲବଜାର, କଚେରୀ ଛକ,ଚର୍ଚ ଛକ,ମୁଦିପଡା, ସରକାରି ହସପିଟାଲ, ପାଣିଟାଙ୍କି, ରସତଲିଆ,ପଟ୍ଟନାୟକ ପଡା,ଧନୁପାଲି ଗୋବିନ୍ଦତୋଲା ପ୍ରଭୃତି ସ୍ଥାନକୁ କଂସ ମହାରାଜ କୁବଳୟା ହସ୍ତୀ ପିଠିରେ ବସି ନଗର ପରିକ୍ରମା କରିବା କାର୍ଯ୍ୟକ୍ରମ ରହିଛି।ମଥୁରା ନଗରୀରେ କଂସ ଦରବାର,ସହିତ ରଙ୍ଗସଭା, ,କଂସ ଆରୋହଣ, ଦେବକୀ ବସୁଦେବ ବିବାହ, ଦୈବ ବାଣୀ ଉଗ୍ରସେନ ଗାଦିଚ୍ୟୁତ,କଂସଙ୍କ ରାଜ ଅଭିଷେକ,ଅଷ୍ଟମଲ୍ଲ ପ୍ରାପ୍ତ,କଂସ ରାଜୁତି, ଷଡପୁତ୍ର ନିହତ,କୃଷ୍ଣ ଜନ୍ମ,ପୁତନାକୁ ଗୋପ ପୁର ପ୍ରେରଣ,କୃଷ୍ଣଙ୍କ ଧନୁଯାତ୍ରା,ଅକୁର ଗମନ,ନନ୍ଦ ରାଜାଙ୍କୁ ଚିଟାଉ ପ୍ରେରଣ,କୃଷ୍ଣ ବଳରାମଙ୍କ ହସ୍ତେ କୁବୟା ହସ୍ତୀ ମିଧନ, କଂସବଧ , ଉଗ୍ରସେନଙ୍କ ସିଂହାସନ ଆରୋହଣ କାର୍ଯ୍ୟକ୍ରମ ରହିଛି।ସେହିପରି ଗୋପପୁରରେ ପ୍ରତ୍ୟହ ସଂକୀର୍ତ୍ତନ ପାରାୟଣ ସହିତ ପୁତନା ବଧ,କାଳିଆ ଦଳନ,ଷଣ୍ଢାୁସୁର ବଧ,ଜମୁନା ନଦୀରେ ନାବକେଳି ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଏହି ସମସ୍ତ କାର୍ଯ୍ୟକ୍ରମରେ ପ୍ରତ୍ୟହ ବହୁ ବିଶିଷ୍ଠ ଅତିଥି ମାନେ ଯୋଗଦାନ କରିବା କାର୍ଯ୍ୟକ୍ରମ ରହିଥିବା ବେଳେ ସମାଜସେବା,କଳା ସଂସ୍କୃତିରେ ଅବଦାନ ଥିବା ପ୍ରତିଭାଙ୍କୁ ସମ୍ବର୍ଦ୍ଧନା ଦିଆଯିବା ନେଇ ଆଜି ସାମ୍ବାଦିକ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କମିଟି ସଭାପତି ସଂଜୟ ବାବୁ ଓ ଧନୁଯାତ୍ର ଲେଖକ/ନିର୍ଦ୍ଦେଶକ ବବଲୁ ବାଗ୍,ଗୋପପୁର ସଭାପତି ଆଦିତ୍ୟ ପ୍ରସାଦ ନାୟକ,ସଂପାଦକ ଗୁଣ ରଞ୍ଜନ ସାଲିମା ଓ କଂସ ଭୂମିକାରେ ଅଭିନୟ କରୁଥିବା ଫଣିନ୍ଦ୍ର ପଣ୍ଡା ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଧନୁଯାତ୍ରାରେ ଅଭିନୟ କରୁଥିବା
ମହାମନ୍ତ୍ରୀ -ଚୈତନ୍ୟ ନାୟକ(ରିଲୁ), ଗୁପ୍ତଚର-ସ୍ୱାଧୀନ ପଣ୍ଡା, ପ୍ରହରୀ-ସୌରୀ ପାଣିଗ୍ରାହୀ, ସଂଜୀବ ନାଏ, ଉଗ୍ରସନ- ଘୁଁନୁ ଚରଣ ପାଢ଼ୀ ,ଦୁର୍ମିଳ ରାକ୍ଷସ-ଲଳିତ ମୋହନ ଦେଵାର୍ତ୍ତା,ନାରଦ-ସନ୍ତୋଷ ରାଏଗୁରୁ, ଅକ୍ରୁର -ସତ୍ୟ ସାହୁ, ଯଶୋଦା-ଅର୍ଣ୍ଣପୂର୍ନା ମିଶ୍ର, ଦେବକୀ-ପ୍ରିୟଙ୍କା ପ୍ରଧାନ,ନନ୍ଦ ରାଜା-ଯୋଗେଶ ନନ୍ଦ ,ରୋହିଣୀ-ସୁରେଖା ସାହୁ ,ଶ୍ରୀକୃଷ୍ଣ-ଓମ ସଇ ରାମ, ବଳରାମ-ସତ୍ୟବ୍ରତ,ବସୁଦେବ- ଅରୁଣ ସାହୁ,ପ୍ରମୋଦ ମଗର,ଅକ୍ଷୟ ନାୟକ,ପ୍ରଦୀପ ପ୍ରଧାନ, ସୁଶାନ୍ତ ମହାନନ୍ଦ ପ୍ରମୂଖ ୫୦ରୁ ଅଧିକ କଳାକାର ଏଥିରେ ଅଭିନୟ କରୁଛନ୍ତି ।ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଗୁଣ ରଞ୍ଜନ ସାଲିମା,ସାଂସ୍କୃତିକ ସହ ସଂପାଦକ ଲଲିତ ମୋହନ ବେବର୍ତ୍ତା,ନିଶିକାନ୍ତ ବିଶ୍ୱାଳ,ଚୈତନ୍ୟ ନାୟକ ଓ ମିଡିଆ ପ୍ରଭାରୀ ଡା.ରାଜାରାମ ଷଡଙ୍ଗୀ ଉପସ୍ଥିତ ଥିଲେ।