ବୁର୍ଲାରେ ବିଜୁ ଜୟନ୍ତୀ ଓ କ୍ରିକେଟ୍ ଟୁର୍ନାମେଣ୍ଟ

ସମ୍ବଲପୁର(ବୁର୍ଲା): ଆଜି ସକାଳ ୧୦ଟାରେ ପ୍ରବାଦ ପୁରୁଷ, ମହାନ ଜନନାୟକ, ରାଷ୍ଟ୍ରବାଦୀ ନେତା, ଓଡ଼ିଆ ଜାତି ସ୍ୱାଭିମାନର ପ୍ରତୀକ, କଳିଙ୍ଗ ବୀର ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମ ଦିବସ ବୁର୍ଲା ବିଜୁ ପଟ୍ଟନାୟକ ଷ୍ଟାଡିଅମ ଠାରେ ବିଜୁ ପ୍ରିମିୟମ ଲିଗ କ୍ରିକେଟ ଟୁର୍ନାମେଣ୍ଟ ଦ୍ୱାରା ଆୟୋଜିତ ହୋଇଥିଲା।ଏଥିରେ ରାଜ୍ୟ ବିଜେଡି ଛାତ୍ର ସଭାପତି ରାଜେଶ ରାଜ ସ୍ୱାଇଁ, ବିଜେଡି ଜୋନାଲ ସମ୍ପାଦକ ମିଳନ ହୋତା, ସମ୍ବଲପୁର ଜିଲ୍ଲା ବିଜେଡି ଛାତ୍ର ସଭାପତି ଶୁଭ୍ରାଂଶୁ ପାଢ଼ୀ,ବୁର୍ଲା ବିଜେଡି ବରିଷ୍ଠ ନେତା ପ୍ରଦୀପ କୁମାର ମିଶ୍ର, ବିଜେଡି ନେତା ଧିରେନ ଦେବତା ସହ ସମସ୍ତ ଅଥିତି ପ୍ରଦୀପ ପ୍ରଜ୍ୱଳନ କରି ମାଁ ସମଲେଶ୍ୱରୀ ଏବଂ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ କ୍ରିକେଟ ଟୁର୍ନାମେଣ୍ଟ ର ଶୁଭ ଉଦଘାଟନ କରି ଥିଲେ।ଏହି ଟୁର୍ନାମେଣ୍ଟ କୁ ଯୁବ ଏବଂ ଛାତ୍ର ନେତା ନରେଶ ବାରିକ, ରାମ ଚନ୍ଦ୍ର ମହାକୁଡ଼, ମୋହିତ ଦାସ ପରିଚାଳନା ଦାୟିତ୍ୱ ତୁଳୟୀ ଥିଲେ.ଛାତ୍ର ନେତା ଗୌତମ ବେହେରା, ଦୀପ୍ତି କାନ୍ତ ମଲିକ, ଶ୍ୟାମ ନାୟକ, ସୋନୁ ସାହା, ସୁରଜ ବାଦୀ ସମସ୍ତ ଦାୟିତ୍ୱ ତୁଲାୟୀ ଥିଲେ।ବିଜୁ ପଟ୍ଟନାୟକ ଷ୍ଟାଡିଅମର ସମ୍ପାଦକ ଲକ୍ଷ୍ମୀ ମହାନ୍ତି ସମସ୍ତ ସହଯୋଗ କରିଥିଲେ।ଶିବ ପ୍ରସାଦ ପାଢ଼ୀ, ଚନ୍ଦ୍ର ଶେଖର ରେଡି ଅନ୍ୟାନ ଯୁବ, ଛାତ୍ର ନେତା ଉପସ୍ଥିତ ଥିଲେ।