Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଦଳୀପାଲି ଛକରେ ମହାକୁମ୍ଭ ଏକତା ମହୋତ୍ସବ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଜଳନ୍ଧର ଦରବାର

ବୀରମହାରାଜପୁର : (ସୌମିତ୍ରି ମେହେର)
ବିଶ୍ଵଶାନ୍ତି ଯଜ୍ଞ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ର ମହାକୁମ୍ଭ ଏକତା ମହୋତ୍ସବ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ର କଦଳିପାଲି ଛକ ରେ ଆୟୋଜିତ ହେଉଛି I କାର୍ଯ୍ୟକ୍ରମରେ ମଙ୍ଗଳବାର ଏକତା ମହୋତ୍ସବ ର ଆୟୋଜକ ସଭାପତି ପଣିନୀ ପ୍ରଜ୍ଞା ଅଧ୍ୟକ୍ଷତା କରିଥିଲେ। ବିଶିଷ୍ଟ ବ୍ୟବସାୟୀ ପ୍ରେମାନନ୍ଦ ଜଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ତୃତୀୟ ସନ୍ଧ୍ୟା ର ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ । ବାଦଲ ହୋତା ଓ ଇରାଦତ ଖାନ ମଞ୍ଚ ପରିଚାଳନା କରିଥିବା ବେଳେ ଚୈତନ୍ୟ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ତିନିଦିନଧରି ଚାଲିଥିବା କାର୍ଯ୍ୟକ୍ରମ ରେ ପ୍ରତ୍ୟହ ମୁକ୍ତାକାଶ ରଙ୍ଗ ମଞ୍ଚରେ ପରିବେଷଣ ହେଉଥିବା ଜଳନ୍ଧର ଦରବାର ରେ ଲୀଳା ନାଟକ ପରିବେଷଣ ହୋଇଥିଲା। ନାଟ୍ୟାଭିକ୍ରମ ରେ ଜଳନ୍ଧର ଜନ୍ମ, ଜଳନ୍ଧର ଙ୍କ ସିଂହାସନ ଆରୋହଣ , ନାରଦ ମୁନି ଓ ଗୁରୁ ଶୁକ୍ରାଚାର୍ଯ୍ୟ ଙ୍କ ପରାମର୍ଶକ୍ରମେ ଜଳନ୍ଧର ଙ୍କ ସ୍ୱର୍ଗପୁର ଆକ୍ରମଣ , ଇନ୍ଦ୍ର ଙ୍କୁ ବନ୍ଦୀ କରି ସମସ୍ତ ପୈତୃକ ସମ୍ପତ୍ତି ଫେରସ୍ତ , ଜଳନ୍ଧର ଙ୍କ ବିଭାହ ପାଇଁ ପାତାଳପୂର ଆକ୍ରମଣ ପାଇଁ ଦେବର୍ଷି ନାରଦ ଙ୍କ ସୂଚନା, ନାରଦ ଙ୍କ ପରାମର୍ଶ କ୍ରମେ ପାତାଳପୁରୀ ଆକ୍ରମଣ ସଙ୍ଗେ ପାତାଳପୁରୀ ଦୈତ୍ୟରାଜ କାଳନେମି ଙ୍କୁ ଯୁଦ୍ଧ ରେ ପରାସ୍ତ କରି ତାଙ୍କର ଅଳି ଅଳି କନ୍ୟା ସତୀ ବୃନ୍ଦାବତୀ ଙ୍କୁ ବିଭାହ ଆଦି ପରିବେଷଣ ହୋଇଥିଲା । ବରଗଡ ର ବଟକୃଷ୍ଣ ସାହୁ ଜଳନ୍ଧର ଭୂମିକାରେ ଅଭିନୟ କରୁଛନ୍ତି। ଏହା ସହିତ ଶୁକ୍ରାଚାର୍ଯ୍ୟ ଭୂମିକାରେ ସୁଶିଲ ନାଏକ, ଶମ୍ଭୁଦୈତ୍ୟ ଭୂମିକାରେ ବିପ୍ଳବ ପ୍ରଧାନ, ଭଷ୍ମର ଦୈତ୍ୟ – ପିଣ୍ଟୁ ସାହୁ, ବଜ୍ରାଙ୍ଗ ଦୈତ୍ୟ – ଗୋଲ ବଦନ ସେଠ, କାଳନେମି – ବିଜୟ ପଣ୍ଡା, ଦେବର୍ଶି ନାରଦ – ଲିଙ୍ଗରାଜ ଦାସ, ମନ୍ତ୍ରୀ – ଶିବ ଦାସ, ସେନାପତି – ବିମଳ ମହାପାତ୍ର ଏବଂ ବୃନ୍ଦାବତୀ ଭୂମିକାରେ ମୁନୁ ମେହେର ପ୍ରମୁଖ ଅଭିନୟ କରୁଛନ୍ତି। ସେମାନଙ୍କ ବଳିଷ୍ଠ ଅଭିନୟ ସାଙ୍ଗକୁ ସ୍ଥାନୀୟ କଳାକାର ଙ୍କ ଆଧୁନିକ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ବିଲମ୍ୱିତ ରାତ୍ରି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ସାଂସ୍କୃତିକ ମଞ୍ଚରେ ଲୋକପ୍ରିୟ ସମ୍ବଲପୁରୀ ଗାୟକ ଅଙ୍କିତ ରାଜ ଓ ସାଥୀ ଙ୍କ ସମ୍ବଲପୁରୀ ଗୀତ ପରିବେଷଣ ଓ ପାରମ୍ପରିକ ନୃତ୍ୟ ପରିବେଷଣ ଲୋକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇ ଥିଲା।