ବିଜେପି-ବିଜେଡି ୨ ଦଳର ଚାଲିଛି ବିଚାର ବିମର୍ଶ:ମେଣ୍ଟ ପାଇଁ ଲୋଡୁଛି ପରାମର୍ଶ


ସମ୍ବଲପୁର(ରାଜାରାମ ଷଡଙ୍ଗୀ ):ଦିନ ଯେତିକି ଗଡୁଛି ରାଜନୀତି ପାଣିପାଗ ସେତିକି ବଦଳିବାକୁ ଯାଉଛି। ବର୍ତ୍ତମାନ ସ୍ଥିତିରେ ଓଡିଶାରେ ସରକାର କିଏ କରିବ ତାହା ସ୍ୱଷ୍ଟ ନୁହେଁ। ୨୫ ବର୍ଷର ସରକାର ବିପକ୍ଷରେ ବର୍ତ୍ତମାନ ଏକ ଜନ ଅସନ୍ତୋଷ ପୁଞ୍ଜିଭୁତ ହୋଇଛି।ସରକାରୀ ଖଜଣାରେ ଶାସକ ଦଳ ଯେଭଳି ନିଜ ଆତ୍ମ ପ୍ରଚାର କରି କୋଟି କୋଟି ରାଜସ୍ୱ ନଷ୍ଟ କଲା ତାହା ବିଜେଡି ନିଜକୁ ଯେତେ ବାହାବାଃ ନେଲେବି ତାହା ନିଜ ଦଳ ବିପକ୍ଷରେ ଯାଉଛି। ସେପଟେ ବିଜେପି ଏକାକି ସରକାର ଗଠନ କରିବ ଓ ବିଜେପିର ଅସଲ ନେତୃତ୍ୱ କାହା ଉପରେ ଦିଆଯିବ ତାହା ସ୍ୱଷ୍ଟ ହେଉନି।ସେପଟେ ବିଜେପି ଓ ବିଜେଡିର ଉତ୍ତମ ବୁଝାମୁଣା ଥିବାରୁ କଂଗ୍ରେସ ସପକ୍ଷରେ ମଧ୍ୟ ବର୍ତ୍ତମାନ ସମୟରେ ଭୋଟରଙ୍କ ବିଚାରଧାରା ବଦଳୁଥିବା ସ୍ପଷ୍ଟ।ଅନ୍ୟପଥେ ଏନଡିଏ ଓ ଇଣ୍ଡିଆ ଉଭୟ ମେଣ୍ଟ ଭିତରେ ରାଜନୈତିକ ଯୁ୍ଦ୍ଧ ହେଉଥିବାରୁ ଉଭୟ ମେଣ୍ଟ ବିଭିନ୍ନ ରାଜ୍ୟର ଆଞ୍ଚଳିକ ଦଳ ସହିତ ସେମାନଙ୍କ ମେଣ୍ଟ ନେଇ ବେଶ କସରତ ଆରମ୍ଭ କରିଛନ୍ତି। ଏକ୍ଷେତ୍ରରେ ଓଡିଶା ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ହେଉଥିବା ନେଇ ଏହି ସାମ୍ବାଦିକ ପୁର୍ବରୁହିଁ ଲେଖି ଆସୁଛି।ଆଜିବି ସେଭଳି ପରିସ୍ଥିତି ସୃଷ୍ଟି ହୋଇଛି।ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ କାଳରେ ଏଭଳି କିଛି ସ୍ପଷ୍ଟ ବ‍ାର୍ତ୍ତା ଆସିବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଏଥିରେ ସେଭଳି କିଛି ଫଳ ହୋଇନଥିଲେ ମଧ୍ୟ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟଙ୍କ ଭାଷଣରୁ ଏକ ସଂକେତ ମିଳିଥିଲା। ଉଭୟେ ଉଭୟଙ୍କୁ ପ୍ରଶଂସାରେ ପୋତି ଦେଇଥିବାରୁ ଓ କେହି ଜଣେ କାହା ପ୍ରତି ସେଭଳି କଟୁ ମନ୍ତବ୍ୟ ଦେଇନଥିବା ଯୋଗୁଁ ମେଣ୍ଟର ସଂକେତକୁ ଟାଣି ନେଇଛି।ଆଜି ବିଜେପିର ଓଡିଶା ଟିମକୁ ଦିଲ୍ଲୀ ଡାକରା ହୋଇଥିବା ବେଳେ ବିଜେଡିର ବରିଷ୍ଠ ନେତା ମାନଙ୍କୁ ନବୀନ ନିବାସ ଡକରା ହୋଇଛି। ଉଭୟ ଦଳ ଗୁରୁତ୍ୱପୁର୍ଣ୍ଣ ବୈଠକ ଡାକିଥିବାରୁ ଏହା ରାଜ୍ୟର ରାଜନୈତିକ ପାଣିପାଗକୁ ବଦଲାଇ ଦେଇଛି।ସମ୍ଭବତଃ ଆଜି ୨ ଦଳର ଗୁତ୍ୱପୂର୍ଣ୍ଣ ବୈଠକରେ ଆଗାମୀ ନିର୍ବାଚନର ରଣକୌଶଳ ଉପରେ ବିଚାର ବିମର୍ଶ କରି ନିଜ ନିଜ ଦଳର ସ୍ଥିତି,ନିର୍ବାଚନ ହେଲେ ଜୟ ପରାଜୟ କ’ଣ ହେବ ଏନେଇ ସବିଶେଷ ଆଲୋଚନା କରି ମେଣ୍ଟ ଉପରେ ନିଷ୍ପତ୍ତି ନେବାର ସମ୍ଭାବନା ଦେଖା ଦେଇଛି।ଆଶା କରାଯାଉଛି ଶୀର୍ଷ ସ୍ତରରେ ଉଭୟ ଦଳର ଚାଲିଥିବା ବୈଠକରେ ଏଭଳି ମେଣ୍ଟ ନେଇ କିଛି ନିଷ୍କର୍ଷ ପହଞ୍ଚିବ।