ସମ୍ବଲପୁର:ପ୍ରାୟ ଦଶ ବର୍ଷ ପୂର୍ବେ ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ପରିସରରେ ଜିମନାସିୟମ କୁ ନୂତନ ରୂପ ଦେଇ ପ୍ରତିଷ୍ଠା ହୋଇଥିଲା ବ୍ୟାଡ଼ମୀଣ୍ଟନ ହଲ l କିଛି ବର୍ଷ ଯାଏ ଠିକ ଠାକ ଶୃଙ୍ଖଳିତ ଭାବରେ ଚାଲିଥିବା ବ୍ୟାଡ଼ମୀଣ୍ଟନ ହଲ ଆଜିର ଦିନରେ ବାରମ୍ବାର ସମସ୍ୟା ର ସାମ୍ନା କରିଆସୁଛି l ସି. ଏସ.ଆର. ଫଣ୍ଡ କମ୍ପାନୀ ମାନଙ୍କରୁ ପ୍ରାପ୍ତ ଅର୍ଥ ରେ ବିଗତ ଦିନରେ ସଂଚାଳିତ ହୋଇଆସୁଥିବା ବ୍ୟାଡ଼ମୀଣ୍ଟନ ହଲ କୁ ଏଇ କିଛିଦିନ ତଳେ ଇଡ୍କୋ ଦ୍ୱାରା ମଧ୍ୟ୍ୟ ଉନ୍ନତି କରଣ କରାଯାଇଥିଲା l
ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର କ୍ରୀଡା ର ଉନ୍ନତି ଦିଗରେ ପ୍ରତ୍ସାହନ ଦେଇ ଆସୁଥିବା ବେଳେ ଉତ୍ତମ ସ୍ୱାସ୍ଥ୍ୟ ଗଠନ ପାଇଁ ଖେଳୁଥିବା କ୍ରୀଡା ପ୍ରେମୀ ଙ୍କର ପାଖରୁ ଆଦାୟ ହେଉଛି ମୋଟା ଅଙ୍କର ଅର୍ଥ, ଆଗରୁ ମାତ୍ର ୫ ରୁ ୬ ଶହ ଟଙ୍କା ମାସିକ ଫି ଆଦାୟ କରାଯାଉଥିବା ବେଳେ ପେ ଓ ପ୍ଲେ ଏପ ଜରିଆରେ ଆଦାୟ ହେଉଛି ମାସିକ ୮୦୦ ଟଙ୍କା ର ଅର୍ଥ, ଯାହାକି ସମ୍ପୂର୍ଣ୍ଣ ଭାବରେ ଚାଲି ଯାଉଛି ରାଜ୍ୟ ସରକାରଙ୍କର ଟ୍ରେଜେରି କୁ l କିନ୍ତୁ, ପ୍ରାୟ ବର୍ଷେ ହେଲା ଅଚଳ ହୋଇ ପଡିରହିଥିବା ଜେନେରେଟର ମରାମତି ହେଉନାହିଁ, ଯଦ୍ୱାରା ବିଜୁଳି ଚାଲିଗଲେ ଅନ୍ଧାର ରେ ସମ୍ପୂର୍ଣ୍ଣ ଅନ୍ଧାର ହୋଇ ବନ୍ଦ ହୋଇଯାଉଛି ଖେଳ l ଏହି ବିଷୟରେ ଦାୟିତ୍ୱ ରେ ଥିବା କ୍ରୀଡା ଅଧିକାରୀ ଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ସୂର୍ଯ୍ୟ ପାଣିଗ୍ରାହୀ ଙ୍କର ନେତୃତ୍ୱ ରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ଙ୍କର ଉଦେଶ୍ୟରେ ଏକ ଦାବୀ ପତ୍ର ଉପ ଜିଲ୍ଲାପାଳ ଐଶ୍ୱର୍ଯ୍ୟ ପ୍ରୁଷେଠ ଙ୍କୁ ସମସ୍ୟା ର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ପ୍ରଦାନ କରାଯାଇଛି l ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟ ଦାସ, ପ୍ରଣବ କୁମାର ପଟ୍ଟନାୟକ, ପ୍ରଦୀପ ପାଢ଼ୀ ଓ ପ୍ରକାଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l
ଭି.ଏସ.ଏସ. ବ୍ୟାଡ଼ମୀଣ୍ଟନ ହଲର ଅଚଳ ଡିଜେ ଓ ବ୍ୟାପକ ଅବହେଳା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
