Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନ୍ଧମାଳ ଡିଗ୍ରୀ କଲେଜରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ସାରଙ୍ଗଗଡ଼ ଠାରେ ଥିବା କନ୍ଧମାଳ ସ୍ନାତକ ମହାବିଦ୍ୟାଳୟ ପରିସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ କଲେଜର ଅଧ୍ୟକ୍ଷ ଅଶୋକ କୁମାର ପାଣିଙ୍କ ନେତୃତ୍ବରେ ଶୁଭାରମ୍ଭ ହୋଇଥିବା ବେଳେ ଏହି ଶିବିରରେ ୩୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଏହା ନୂଆ-ଓ, ଓଡ଼ିଆ ଭାଷା ସାହିତ୍ୟ ସମ୍ମିଳନୀ, ଜଗନ୍ନାଥ ସଂସ୍କୃତି ପ୍ରକଳ୍ପ, ଓ୍ଵାଆରସି ଓ ସମ୍ଵାଦ ଆମ ଓଡ଼ିଶା ମିଳିତ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା। ଏହାକୁ କ.ନୂଆଗାଁ ସମ୍ବାଦ ପ୍ରତିନିଧି ସୁବାଷ ଚନ୍ଦ୍ର ମହାରଣା ସଂଯୋଜନା କରି ରକ୍ତଦାତା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରେ ବାଲିଗୁଡା ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ଏସ.ରାମ ପାତ୍ର, ବରିଷ୍ଠ ଏଲଟି ବଳରାମ ଗୌଡ, ଷ୍ଟାଫ ନର୍ସ ସସ୍ମିତା ବିଷୋୟୀ,କ୍ଲର୍କ ସନ୍ତୋଷ କୁମାର ପ୍ରଧାନ, ଆଟେନାଣ୍ଟ ଲୋକନାଥ ମଲ୍ଲିକ ଓ ଶମ୍ଭୁ ପ୍ରସାଦ ମୁଖି, ଡ୍ରାଇଭର ଶିବରାମ ସାହୁ ପ୍ରମୁଖ ଯୋଗଦେଇ ରକ୍ତ ସଂଗୃହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ କଲେଜର ନୂଆ ଓ ସଂଯୋଜକ ଦେବଜାନୀ ପଣ୍ଡା,ଓ୍ଵାଆରସି କାଉନସିଲର ପଦ୍ମନାଭ ଆଚାର୍ଯ୍ୟ,ଅଧ୍ୟାପକ ପ୍ରଦିପ କୁମାର ପଣ୍ଡା, ପ୍ରଶାନ୍ତ କୁମାର ପ୍ରଧାନ,ଛୋଟନ କୁମାର ନାୟକ, ପ୍ରତାପ କହଁର, ଅନୁଜ ବେହେରା ଓ କିଷାନ ବିହାରୀ ପ୍ରଧାନ, ଅଣଶିକ୍ଷା କର୍ମଚାରୀ ଶୁଶାନ୍ତ କୁମାର ପ୍ରଧାନ, ନୀଳମାଧବ ଦଳପତି, ସମିତି କୁମାର ପାତ୍ର, ଲୋକନାଥ ପାତ୍ର, ସୁଧାଂଶୁ ଶେଖର ଦଳପତି ଓ ଛାତ୍ରୀ ସସ୍ମିତା ସାହୁ,ମଧୁସ୍ମିତା ବେହେରା, ଦୀପ୍ତି ରାଣୀ କହଁର,ରିନୁମା ପ୍ରଧାନ ଓ ଅନୀତା ସାହୁ ପ୍ରମୁଖ ସ୍ଵେଚ୍ଛାକୃତ ରକ୍ତ ଦାନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ