Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସମ୍ବଲପୁରୀ ଧନୁଯାତ୍ରାର ଦ୍ୱୀତିୟ ଦିବସକଂସ ମହାରାଜଙ୍କ ମଥୁରା ଭ୍ରମଣ, ଶ୍ରୀକୃଷ୍ଣ ଜନ୍ମ: ଗୋପପୁର ପ୍ରେରଣ

ସମ୍ବଲପୁର:ଆଜି ସମ୍ବଲପୁରୀ ଧନୁଯାତ୍ରାର ଦ୍ୱିତୀୟ ଦିବସରେ ମହାପ୍ରତାପି କଂସ ମହାରାଜ ନଗର ଭ୍ରମଣ କରି ଫେରିବା ପରେ ସନ୍ଧ୍ୟାରେ ରାଜ ଦରବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ମଥୁରାରେ ଶ୍ରୀକୃଷ୍ଣ ଜନ୍ମ ପରେ ଗୋପପୁରକୁ ପ୍ରେରଣ କରାଯାଇଥିଲା। ଏଥିପାଇଁ ଗୋପପୁରରେ ଆନନ୍ଦ ଉଲ୍ଲାସ ପ୍ରକାଶ ପାଇବା ସହିତ ଧାର୍ମିକ ମନୋଭାବରେ ଗୋପପୁର ପ୍ରକମ୍ପିତ ହୋଇ ଥିଲା।ଏହି ଖବର ପ୍ରସାରିତ ହେବା ପରେ ଟାମ୍ପରସରାର ପିଙ୍କି ପଣ୍ଡା ଓ ବରାହମୁଣ୍ଡାର ପୁଷ୍ପା ବନଛୋର ଗୋପପୁରେ ପହଞ୍ଚି ସଂକିର୍ତ୍ତନ ପରିବେଷଣ କରିଥିଲେ। ସେପଟେ ମଥୁରାନଗରୀରେ ଶ୍ରୀକୃଷ୍ଣ ଜନ୍ମ ପରେ ଗୋପପୁର ପ୍ରେରଣ ଓ ବିଜୁଳି କନ୍ୟା ଆବିର୍ଭାବ ଦୃଶ୍ୟ ଦର୍ଶକ ମହଳରେ ନୂତନ ଛାପ ସୃଷ୍ଟି କରିଥିଲା।
ପ୍ରାରମ୍ଭରେ କମିଟି ସଭାପତି ସଞ୍ଜୟ ବାବୁଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ବଲପୁରୀ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ପ୍ରଫୁଲ୍ଲ କୁମାର ହୋତା ପ୍ରଦୀପ ପ୍ରଜ୍ଜଳନ କରି ଦ୍ୱିତୀୟ ଦିବସକୁ ଉଦଘାଟନ କରି ଭାଷା ସଂସ୍କୃତିର ପରମ୍ପରାକୁ ପୁନଃର୍ଜୀବିତ କରିବା ନେଇ ୧୮ ଶହ ବର୍ଷ ତଳର ସମ୍ବଲପୁରୀ ଭାଷାକୁ ସମସ୍ତଙ୍କୁ ମନେ ପକାଇ ଦେଇଥିଲେ। ରେଙ୍ଗାଲି ବିଧାୟକ ନାଉରୀ ନାୟକ,ପୁର୍ବତନ ଜିଲ୍ଲା ପରିଷଦ ଅଧକ୍ଷ୍ୟ ରାଧେଶ୍ୟାମ ବାରିକ ରାଜ ଅତିଥି ଭାବେ ଯୋଗ ଦେଇଥିଲେ । ଉଦଘାଟନୀ ସଭାକୁ ଡା.ରାଜାରାମ ଷଡଙ୍ଗୀ ସଂଯୋଜନା କରିଥିବା ବେଳେ ସଂପାଦକ ଗୁଣରଞ୍ଜନ ସାଲିମା ଧନ୍ୟବାଦ ଅର୍ପଣ କରିଥିଲେ।ଆସନ୍ତା କାଲି ପୁତନା ବଧ ସମାଚାର ସହିତ କୃଷ୍ଣ ବଧ ପାଇଁ ମନ୍ତ୍ରୀ ପରିଷଦ ସହ ମହାରାଜ କଂସଙ୍କ ଗୁପ୍ତ ମନ୍ତ୍ରଣା କାର୍ଯ୍ୟକ୍ରମ ରହିଛି।ସେହିପରି ଗୋପପୁରରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ସମ୍ବଲପୁରୀ ଭାଷାରେ ହୋଇଥିବା ଏହି ଧନୁଯାତ୍ରାର ଦ୍ୱୀତିୟ ଦିବସରେ ମଥୁରାନଗରୀ ଓ ଗୋପପୁରରେ ସହସ୍ରାଧିକ ନଗରବାସୀଙ୍କ ଉପସ୍ଥିତି ଏହି ଧନୁଯାତ୍ରା ପାଇଁ ଏକ ଶୁଭ ସୂଚନା ବୋଲି ନଗରବାସୀଙ୍କ ମଧ୍ୟରେ ଚର୍ଚା ଚାଲିଛି।
ଆଜି ମହାରାଜ କଂସ ମଥୁରାନଗରୀ ପରିଭ୍ରମଣ ସମୟରେ ନଗରବାସୀ ବିପୁଳ ସମ୍ବର୍ଦ୍ଧନା ଦେଇଥିବା ବେଳେ ନଗର ବିକାଶରେ ସମସ୍ତ ମଥୁରାବାସୀଙ୍କ ଅଂଶିଦାର ଓ ଭାଗିଦାରିତାକୁ ପାଳନ କରିବାକୁ ପରାମର୍ଶ ଦେଇଥିଲେ।