Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଠିକା କର୍ମଚାରୀଙ୍କ ଦରମା ବୃଦ୍ଧି ନେଇଵସରକାରଙ୍କୁ କୃତଜ୍ଞତା ଜଣାଇଲେ ଭିମସାର କାର୍ଯ୍ୟରତ ଠିକା କର୍ମଚାରୀ

ସମ୍ବଲପୁର:ସେବା ପ୍ରଦାନକାରୀ ସଂସ୍ଥା ଦ୍ବାରା ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ଠିକା କର୍ମଚାରୀମାନଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପଦକ୍ଷେପ ନେଇ ଘୋଷଣା କରିଛନ୍ତି ଯେ କର୍ମଚାରୀମାନଙ୍କ ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି ଘୋଷଣା ସହିତ ଅଭିଜ୍ଞତା ଭିତ୍ତିରେ ପାରିଶ୍ରମିକ, ଅଭିଯୋଗ ଶୁଣାଣି ବ୍ୟବସ୍ଥା ତଥା ଠିକ୍‌ ସମୟରେ ପ୍ରାପ୍ୟ ପ୍ରଦାନ ଆଦି ବିଷୟ ସୂଚନାଯୋଗ୍ୟ,ଏହି ଠିକା କର୍ମଚାରୀମାନେ ସେମାନଙ୍କର ବିଭିନ୍ନ ଅସୁବିଧା ସମ୍ପର୍କରେ ଶ୍ରୀ ସଞ୍ଜୟ କୁମାର ବାବୁଙ୍କ ନେତୃତ୍ୱରେ ସଂମାନିୟ ୫-ଟି ଅଧ୍ୟକ୍ଷ ଭି.କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ଜଣାଇଥିଲେ ଓ ରାଜ୍ୟ ସରକାର ଖୁସି ଖବର ଦେଇଛନ୍ତି ! ଏଣୁ ଆଜି ବୁର୍ଲା ଭିମସାର ସ୍ଥିତ କାର୍ଯ୍ୟ କରୁଥିବା ଠିକା କର୍ମଚାରୀ ଶ୍ରୀ ସଞ୍ଜୟ କୁମାର ବାବୁଙ୍କ ଉପସ୍ଥିତି ରେ କେକ କାଟି ମିଷ୍ଟାନ୍ନ ବଣ୍ଟନ କରି ଖୁସି ମନାଇବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭି.କାର୍ତ୍ତିକ ପାଣ୍ଡିଆନଙ୍କୁ କୃତଜ୍ଞତା ଜ୍ଞାପନ କରି ଶ୍ରୀ ସଞ୍ଜୟ କୁମାର ବାବୁଙ୍କୁ ସମ୍ଭର୍ଦ୍ଧିତ କରିଛନ୍ତି !
ରାଜ୍ୟ ସରକାରଙ୍କ ନିଶ୍ଚିତି ଯଥା –
ସେମାନଙ୍କ ମାସିକ ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି !
ସେମାନେ ଯେପରି ମାସ ଶେଷକୁ ସେମାନଙ୍କର ପାରିଶ୍ରମିକ ଠିକ୍‌ ସମୟରେ ପାଇପାରିବେ, ଏହା ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି !
ଠିକା କର୍ମଚାରୀ ଓ ସେବା ପ୍ରଦାନକାରୀ ସଂସ୍ଥା ମଧ୍ୟରେ ଥିବା ବିଭିନ୍ନ ବିବାଦର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ଅଭିଜ୍ଞତା ଥିବା କର୍ମଚାରୀମାନଙ୍କୁ ଅଧିକ ପାରିଶ୍ରମିକ ମିଳିବ,ପ୍ରତି ୫ ବର୍ଷର ଅଭିଜ୍ଞତା ପାଇଁ ମାସିକ ଅଧିକ ୧ ହଜାର ଟଙ୍କା ମିଳିବ !
ମହିଳା କର୍ମଚାରୀମାନେ ସେମାନଙ୍କର ପ୍ରଥମ ଦୁଇଟି ସନ୍ତାନ ଜନ୍ମ ପର୍ଯ୍ୟନ୍ତ ୧୨୦ ଦିନ ପର୍ଯ୍ୟନ୍ତ ମାତୃତ୍ୱ ଛୁଟି ନେଇପାରିବେ !
ଠିକା କର୍ମଚାରୀଙ୍କର ଅଭିଯୋଗ ଶୁଣାଣି ପାଇଁ ପ୍ରତି ବିଭାଗରେ ଜଣେ ନୋଡାଲ ଅଫିସର ରହିବେ।
ସେମାନଙ୍କର ଅଭିଯୋଗ ଦାଖଲର ସରଳୀକରଣ ପାଇଁ ଜିଏ ଏବଂ ପିଜି ବିଭାଗ ସିଏମ୍‌ଜିଆଇ ଜରିଆରେ ଏକ ସଫ୍ଟଓ୍ବେୟର ଆପ୍ଲିକେଶନ ବିକଶିତ କରାଯିବ। ଯେଉଁଥିରେ କି ଉଭୟ କର୍ମଚାରୀ ଓ ଏଜେନ୍ସି ସେମାନଙ୍କର ଅଭିଯୋଗ ଦାଖଲ କରିପାରିବେ।
ଯେଉଁ ଠିକା କର୍ମଚାରୀମାନେ ଏବେ ବର୍ଦ୍ଧିତ ପାରିଶ୍ରମିକ ପାଉଛନ୍ତି, ସେମାନଙ୍କ ବର୍ଦ୍ଧିତ ପାରିଶ୍ରମିକକୁ ନୂଆ ବ୍ୟବସ୍ଥାରେ ସୁରକ୍ଷା ଦିଆଯିବ!
ଏହି ସମସ୍ତ ବ୍ୟବସ୍ଥାକୁ ଶୃଙ୍ଖଳିତ ଭାବରେ ପରିଚାଳିତ କରିବା ପାଇଁ ସବୁ ବିଭାଗ ସର୍ଭିସ ପ୍ରୋଭାଇିଡିଂ ଏଜେନ୍ସିମାନଙ୍କ ସହିତ ଅତିରିକ୍ତ ଚୁକ୍ତି କରିବେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ