ଶ୍ରୀଗଣେଶ ସରକାରୀ ହାଇସ୍କୁଲରେ ଧନ୍ୟବାଦ ଅର୍ପଣ ଉତ୍ସବ


ସମ୍ବଲପୁର: ଧନୁପାଲି ଶ୍ରୀଗଣେଶ ସରକାରୀ ହାଇସ୍କୁଲରେ ଗୁରୁବାର ମୋ ସ୍କୁଲ ଅଭିଯାନର ସମ୍ବର୍ଦ୍ଧନା ସଭା ସ୍କୁଲର ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଲୁମ୍‌ନି ସଭାପତି ଆଶାଲତା ବେହେରା ଓ ଅନ୍ୟାନ୍ୟ ସଭ୍ୟସଭ୍ୟା ଉପସ୍ଥିତ ଥିଲେ। ମୋ ସ୍କୁଲ ଅଭିଯାନର ଦାତା ଓ ସେବାଦାନ କରିଥିବା ବ୍ୟକ୍ତି ବିଶେଷ ବ୍ରଜକିଶୋର ମହାପାତ୍ର, ଅଶୋକ ସେନାପତି, ଉପେନ୍ଦ୍ର ଶତପଥୀ, ମନୋରଞ୍ଜନ ବାବୁ, ଅର୍ଚ୍ଚନା ପାଣି, ପ୍ରମୋଦ ପଟେଲ, ସୁଷମା ପରିଡ଼ା, ପ୍ରିୟଦର୍ଶିନୀ ମିନର୍ଭା ବେହେରା ଓ ବିଷ୍ଣୁପ୍ରିୟା ନାଏକ ପ୍ରଧାନ ଶିକ୍ଷୟିତ୍ରୀ ମଧୁସ୍ମିତା ମହାପାତ୍ର ସମ୍ବର୍ଦ୍ଧିତ କରିଥିଲେ। ଏହି ସଭାରେ ନୂତନ କମିଟି ଗଠନ କରି ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ କିଶୋର ମହାପାତ୍ରଙ୍କୁ ଆଲୁମ୍‌ନି କମିଟିର ସଭାପତି ଭାବେ ମନୋନୀତ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା। ଏ ଅବସରରେ ଆଲୁମ୍‌ନି ମିନର୍ଭା ବେହେରା ମୋ ସ୍କୁଲ ପାଣ୍ଠିକୁ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ।