ଝାରସୁଗୁଡା ବିଶ୍ବର ଅଷ୍ଟମ ଉତ୍ତପ୍ତ ସହର


ଭୁବନେଶ୍ବର: ଅସମ୍ଭାଳ ତାତି। ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଅଧିକାଂଶ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଟପିସାରିଛି। ଏପରି ସ୍ଥଳରେ ଝାରସୁଗୁଡା ବିଶ୍ବର ଅଷ୍ଟମ ଉତ୍ତପ୍ତ ସହର ଭାବେ ରେକର୍ଡ କରିଛି । ୪୨ .୪ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା । ଅନ୍ୟପଟେ ଶ୍ରେଷ୍ଟ ୧୫ ତାଲିକାରେ ରହିଛି ଭାରତର ଦୁଇ ସହର ।

ସେହିଭଳି ସମ୍ବଲପୁରରେ ତାପମାତ୍ରା ୪୧.୯ ହୀରାକୁଦ ୪୦.୪ ଡ଼ିଗ୍ରୀ ରହିଥିବା ବେଳେ ଚାନ୍ଦବାଲିରେ ୩୯,୬ ଡ଼ିଗ୍ରୀ, ଭୁବନେଶ୍ବରରେ ୩୯,୪ ଡ଼ିଗ୍ରୀ, କେନ୍ଦୁଝର ୩୮, ବାଲେଶ୍ବର ୩୭,୨ ଡ଼ିଗ୍ରୀ, ପୁରୀରେ ୩୫,୨ ଡ଼ିଗ୍ରୀ ରେକର୍ଡ ହୋଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତିରୁ ତ୍ରାହି ନାହିଁ। ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ଦିନରେ ତାପମାତ୍ରା ସ୍ବାଭାବିକ ଠାରୁ ୪ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ।