Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମହିଳା ସ୍ୱାବଲମ୍ଭି ହେଲେ ବିକାଶ ଦୃଷ୍ଟିଗୋଚର ହେବ

ସମ୍ବଲପୁର,(ପଡିଆବାହାଲ):ମହିଳା ଯେତେବେଳେ ସ୍ୱାବଲମ୍ଭି ହେବେ ତେବେ ଯାଇ ବିକାଶ ଦୃଷ୍ଟିଗୋଚର ହୋଇପାରିବ ବୋଲି ବିଶ୍ୱ ମହିଳା ଦିବସରେ ମତ ପ୍ରକାଶ ପାଇଛି।
ପଡିଆବାହାଲ ସ୍ଥିତ ଏଡ ଏଣ୍ଡ ଏକ୍ସନ ଇଣ୍ଟର ନ୍ୟାସନାଲ ପକ୍ଷରୁ ଆୟୋଜିତ ସଭାରେ ଜଣେ ସାଧରଣ ମହିଳା କିନ୍ତୁ ଦୂରଦୃଷ୍ଟି ସଂପନ୍ନା ବାହାମ ପଞ୍ଚାୟତର ୱାଡମେମ୍ବର ପ୍ରମିଳା ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ମହିଳା ମାନଙ୍କ ସାମାଜିକ,ଅର୍ଥନୈତିକ ବିକାଶ ପାଇଁ ମାନସିକ ଶାନ୍ତି ଓ ସେମାନଙ୍କ ଖାଦ୍ୟ ସୁରକ୍ଷା ଏକ ଖୁବ ଆବଶ୍ୟକ ଏହା ସମ୍ଭବ ହେଲେ ଜଣେ ସାଧାରଣ ମହିଳା ମଧ୍ୟ ଅସାଧାରଣ ମହିଳାର ପାରଦର୍ଶିତା ପ୍ରଦର୍ଶିତ କରିପାରିବେ।ଏ ଦିଗ ପ୍ରତି ସବୁ କ୍ଷେତ୍ରରେ ସଚେତନତା ଆବଶ୍ୟକ ବୋଲି ସେ ଗୁରୁତ୍ୱ ଦେଇଛନ୍ତି। ଆୟୋଜିତ ଏହି ସଭାକୁ ଅନୁଷ୍ଠାନର ଅଜିତ ମୁଖାର୍ଜି ଓ ଶୁଭେନ୍ଦୁ ବେହେରା ପରିଚାଳନା କରିଥିଲେ।