Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦରେ ମାର୍କେଟ୍ କମ୍ପ୍ଲେକ୍‌ସ୍‌ର ଭିତ୍ତିପ୍ରସ୍ତର ସ୍ଥାପନ

ବରପାଲି :ବରଗଡ ଜିଲ୍ଲା ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଭୂମିପୁଜନ ସହ ମାର୍କେଟ୍ କମ୍ପ୍ଲେକ୍‌ସ୍‌ ଭିତ୍ତିପ୍ରସ୍ତର ସ୍ଥାପନ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ର୍ତୀ ରିତା ସାହୁଙ୍କ ଦ୍ବାରା ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ରୀତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅଧ୍ଯକ୍ଷ ଦିନେଶ ଗହିରଙ୍କ ଅଧ୍ଯକ୍ଷତାରେ ସମଗ୍ର କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ସମ୍ମାନିତ ଅତିଥି ଭାବରେ ବ୍ଲକ ଅଧ୍ଯକ୍ଷା ରିନା ଥଇତ, ପୁର୍ବତନ ଅଧ୍ଯକ୍ଷା ବିଜ୍ଞାପିତ ଅଞ୍ଚଳ ପରିଷଦ ମିନା ସେଠ, କାଉନସିଲର
ଦେବାନନ୍ଦ ମେହେର, ଉପାଧ୍ୟକ୍ଷା ସୁପ୍ରୀତା ଜେନା, ସୁରେଶ ମେହେର, ପୁର୍ବତନ ଅଧ୍ଯକ୍ଷ ଭାବଗ୍ରାହୀ ବେହେରା, ବିଧାୟକ ପ୍ରତିନିଧି ମଧୁ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ଅତିଥିମାନେ ଲୋକଙ୍କ ଉତ୍କଣ୍ଠା ସହିତ ବର୍ତ୍ତମାନ ସ୍ଥିତିରେ ଦୋକାନ ଗୃହର ଆବଶ୍ଯକତା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ କାଉନସିଲର ଦେବାନନ୍ଦ ମେହେର ଧନ୍ଯବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ