Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଜଗନ୍ନାଥ ପ୍ରସାଦ ଓଁ ଶାନ୍ତି ଆଶ୍ରମ ପ୍ରଭୂ ମିଳନ ଭବନରେ ୮୮ତମ ଶିବ ଜୟନ୍ତୀ ପାଳିତ

ଭଞ୍ଜନଗର:ଜଗନ୍ନାଥ ପ୍ରସାଦ ର ଗଡ଼ସାହି ନିକଟ ରେ ଥିବା ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ,ଓଁ ଶାନ୍ତି ଆଶ୍ରମ “ପ୍ରଭୂ ମିଲନ ଭବନ”ର ନୂତନ ଗୃହ ରେ ୮୮ତମ ଶିବ ଜୟନ୍ତୀ ମହାସମାରୋହରେ ପାଳିତ ହୋଇ ଯାଇଛି।ଜଗନ୍ନାଥ ପ୍ରସାଦ ବିଡିଓ ଅଶ୍ୱିନୀ କୁମାର ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶିବ ପତାକା ଉତ୍ତୋଳନ କରିଥିଲେ ଓ ପ୍ରଦୀପ ପ୍ରଜ୍ୱଳନ ଓ କେକ କାଟିଥିଲେ। ଅନ୍ୟତମ ଅତୀଥି ରୂପେ ଓକିଲ ନିରାକାର ସାହୁ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ସହ ଶିବ ବାବା ଙ୍କ ଜନ୍ମ ଦିନରେ କେକ କାଟି ଥିଲେ।ଆଶ୍ରମ ସଂଚାଳିକା ବିକେ ଅର୍ଚ୍ଚନା ସମସ୍ତ କାର୍ଯ୍ୟକ୍ରମ ର ପରିଚାଳନା କରିବା ସହ ମୁରଲୀ ପଠନ କରିବା ଓ ୮୮ ତମ ଶିବ ଜୟନ୍ତୀ ବିଷୟ ରେ କହିଥିଲେ। ବିକେ ସାଗରିକା କାର୍ଯ୍ୟକ୍ରମ ରେ ସହାୟତା କରିଥିଲେ,।ବିଡିଓ ସପରିବାର ସହ ଯୋଗ ଦେବା ସହ,ଅନେକ ବ୍ରହ୍ମ କୁମାରୀ ଭାଇ ଭଉଣୀ ଯୋଗ ଦେଇଥିଲେ ଓ ସାଇକଲ୍ୟାଣ, ଅଦ୍ୟାଶା, ବିଷ୍ଣୁପ୍ରିୟା, କାର୍ଯ୍ୟକ୍ରମ ରେ ଯୋଗ ଦେଇ ପ୍ରଭୂ କୃପା ଲାଭ କରିଛନ୍ତି।