Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଣ୍ଡୁରୁଚୂଆଁ ଗାଁରେ ଜ୍ୟୋତିରାଓ ଫୁଲେଙ୍କ ଜୟନ୍ତୀ ପାଳନ

ଜମନକିରା: ଜମନକିରା ବ୍ଲକ ଅନ୍ତର୍ଗତ ଗୁଣ୍ଡୁରୁଚୁଆଁ ରାଜୀବ ଭବନ ଠାରେ ଶିକ୍ଷାବିତ ରତନଲାଲ ସିଂଙ୍କ ସଭାପତିତ୍ବରେ ମହାତ୍ମା ଜ୍ୟୋତିରାଓ ଫୁଲେଙ୍କ ଜୟନ୍ତୀ ପାଳନ କରାଯାଇଛି। ଅବସରପ୍ରାପ୍ତ ଶିକ୍ଷକ ସନ୍ତୋଷ ପଟେଲ ଏଥିରେ ସଂଯୋଜନା କରିଥିବା ବେଳେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମହାତ୍ମା ଶ୍ରୀ ଫୁଲେଙ୍କୁ ଶ୍ରଦ୍ଧାଂଜଳି ଜଣାଇବା ସହ ଶିକ୍ଷା ଓ ସମାଜ ସଂସ୍କାର ଦିଗରେ ଫୁଲେଙ୍କ ମହତ ଅବଦାନର ସ୍ମୃତି ଚାରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମାଜିକ କର୍ମୀ କିଶୋର ଚନ୍ଦ୍ର ଦେହୁରୀ, ସରପଞ୍ଚ ସୁରେଖା ମୁଣ୍ଡା ପ୍ରମୁଖ ଶ୍ରଦ୍ଧାଂଜଳି ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଗୁଣ୍ଡୁରୂଚୁଆଁ ପଞ୍ଚାୟତ ସମେତ ଡିମିରିମୁଣ୍ଡା, ସିରିଡ, ସୁବର୍ଣ୍ଣପାଲି, ଧୁଡ଼ିପାଲି, ଫାସିମାଲ ଆଦି ଗ୍ରାମ ପଞ୍ଚାୟତ ଗୁଡିକରୁ ସାମାଜିକ କର୍ମୀଗଣ ଯୋଗ ଦେଇଥିଲେ। ଶେଷରେ ଆବାହକ ରମେଶ କିଶାନ ଧନ୍ୟବାଦ ଅର୍ପଣ କରିଥିଲେ।