Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଥମ ପର୍ଯ୍ୟାୟରେ ପଛୁଆ ବର୍ଗ ସର୍ଭେ ପାଇଁ କର୍ମଶାଳା

ଜମନକିରା: ଜମନକିରା ବ୍ଲକ ସମ୍ମିଳନୀ କକ୍ଷରେ ପଛୁଆ ବର୍ଗଙ୍କ ସର୍ଭେ ପାଇଁ ପ୍ରଥମ ପର୍ଯ୍ୟାୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଡ଼ିଓ ପ୍ରସନ୍ନ ପଟେଲ ଅଧ୍ୟକ୍ଷତା କରିଥିବା ବେଳେ ଜମନକିରା ତହସିଲଦାର ବ୍ରଜକିଶୋର ସାହୁ କର୍ମଶାଳା କୁ ପରିଚାଳନା କରିଥିଲେ। ଏହି କର୍ମଶାଳାରେ ସମନ୍ୱିତ ଶିଶୁ ବିକାଶ ବିଭାଗର ସୁପର୍ଭାଇଜର ଓ ଅଙ୍ଗନବାଡି କର୍ମୀ ମାନେ କର୍ମଶାଳାରେ ଟ୍ରେନିଂ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିପିଓ ସତ୍ୟପ୍ରିୟ ସାହୁ, ଏପିଓ ମନୋଜ କୁମାର ଭୋଇ ପ୍ରମୁଖ ସହଯୋଗ କରିଥିଲେ।