Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେଶରେ ଲାଗୁ ହେଲା ସିଏଏ, ବିଜ୍ଞପ୍ତି ଜାରି କଲେ ମୋଦୀ ସରକାର, ୩ ଦେଶର ସଂଖ୍ୟାଲଘୁଙ୍କୁ ମିଳିବ ନାଗରିକତା  

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ସିଏଏକୁ ନେଇ ମୋଦୀ ସରକାର ବଡ଼ ଘୋଷଣା କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସିଏଏକୁ ନେଇ ସୋମବାର ବିଜ୍ଞପ୍ତି ଜାରି କରାଯାଇଛି। ଏହାରି ଆଧାରରେ ବର୍ତ୍ତମାନ ପଡ଼ୋଶୀ ତିନି ଦେଶର ସଂଖ୍ୟାଲଘୁଙ୍କୁ ଭାରତୀୟ ନାଗରିକତା ମିଳି ପାରିବ। ସିଏଏ ନିୟମ ଜାରି ହେବା ପରେ ବିନା କାଗଜପତ୍ରରେ ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶରୁ ପ୍ରତାଡ଼ିତ ହୋଇ ଭାରତରେ ଆସି ରହୁଥିବା ହିନ୍ଦୁ, ଶିଖଙ୍କୁ ଭାରତୀୟ ନାଗରିକତା ମିଳିବ। ଏଥିପାଇଁ ଏହି ସବୁ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରସ୍ତୁତ ଅନଲାଇନ ପୋର୍ଟାଲରେ ଆବେଦନ କରିବାକୁ ପଡ଼ିବ।

ସୂଚନାଯୋଗ୍ୟ, ସିଏଏ ଆଧାରରେ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରେ ପ୍ରତାଡ଼ିତ ହୋଇ ଭାରତରେ ରହୁଥିବା ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସି ଓ ଖ୍ରୀଷ୍ଟିୟାନଙ୍କୁ ଭାରତୀୟ ନାଗରିକତା ମିଳିବ। ୨୦୧୯ରେ ସଂସଦରୁ ପାରିତ ହେବା ପରେ ଏହି ବିଧେୟକକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଥିଲା।

ଏହି ଆଇନ ଏ ପର୍ଯ୍ୟନ୍ତ ଲାଗୁ ହୋଇ ପାରି ନଥିଲା। କାରଣ ଏହି ନିୟମକୁ ନେଇ କୌଣସି ଅଧିସୂଚନା ଜାରି କରାଯାଇ ନ ଥିଲ। ମାତ୍ର ଏବେ ଦେଶରେ ସିଏଏ ଲାଗୁ ହେବାର ପଥ ପରିଷ୍କାର ହୋଇଛି। କେନ୍ଦ୍ର ସରକାରଙ୍କ ନୋଟିଫିକେସନ ପରେ ଦିଲ୍ଲୀ, ଉତ୍ତର ପ୍ରଦେଶ ସମେତ ଅନେକ ରାଜ୍ୟରେ ସୁରକ୍ଷା ବଢାଇ ଦିଆଯାଇଛି।

୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ସିଏଏକୁ ନିଜର ନିର୍ବାଚନୀ ଇସ୍ତାହାରରେ ସାମିଲ୍ କରିଥିଲା। ଏହା ଦେଶର ସବୁଠୁ ବଡ଼ ପ୍ରସଙ୍ଗ ପାଲଟିଥିଲା। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ମଧ୍ୟ କହିଥିଲେ ଯେ, ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ସିଏଏ ଲାଗୁ କରିବା ନେଇ ବିଜ୍ଞପ୍ତି ଜାରି କରାଯିବ। ସେ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ସିଏଏରେ କୌଣସି ବ୍ୟକ୍ତି ନିଜର ନାଗରିକତା ହରାଇବେ ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ