Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଇବର ଅପରାଧି ଙ୍କ ନିର୍ବାଚନୀ ଅସ୍ତ୍ର : ବିଜେପି ୩ ମାସ ଲାଗି ଫ୍ରି ରିଚାର୍ଜ ଯୋଜନା କରିଥିବା ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସାଧାରଣ ନିର୍ବାଚନକୁ ଆଳ କରି ଜାଲ ବିଛାଇଲେଣି ସାଇବର ଅପରାଧୀ। ସାଧାରଣ ନିର୍ବାଚନ ପୂର୍ବରୁ ଶହ ଶହ କୋଟି ଟଙ୍କା ଠକି ନେବାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ସାରିଲେଣି। ଟାଟା, ଫୋନ୍ ପେ ନାଁରେ ଆକାଉଣ୍ଟକୁ ଟଙ୍କା ଯାଉଥିବା ଅଫର ଦେଇ ଠକେଇ କରୁଥିବା ବେଳେ ଏବେ ନିର୍ବାଚନ ପାଇଁ ବିଜେପି ୩ ମାସ ଲାଗି ଫ୍ରି ରିଚାର୍ଜ ଯୋଜନା କରିଥିବା ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ତଳେ ନୀଳ ରଙ୍ଗର ଲିଙ୍କ ଦିଆଯାଇଛି । ସେହି ଲିଙ୍କକୁ କ୍ଲିକ୍ କରିବା ପରେ ଆସୁଥିବା ନିର୍ଦ୍ଦେଶକୁ ପାଳନ କଲେ ତିନି ମାସ ଲାଗି ମୋବାଇଲ ଫୋନରେ ଫ୍ରି ରିଚାର୍ଜ ହୋଇଯିବ ବୋଲି ମେସେଜରେ କୁହାଯାଉଛି। କିନ୍ତୁ ବାସ୍ତବରେ ଏହା ସାଇବର ଅପରାଧୀଙ୍କ କାମ ବୋଲି ଜଣାପଡ଼ିଛି। ସାରା ଦେଶରେ ଏହି ମେସେଜ୍ ବିଜୁଳି ବେଗରେ ଭାଇରାଲ ହେବାରେ ଲାଗିଛି l ଚଳିତବର୍ଷ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଏହି ଅଫର ରହିଥିବା ମେସେଜରେ ଉଲ୍ଲେଖ ରହିଛି। ମେସେଜର ତଳେ ଦିଆଯାଇଥିବା ନୀଳ ରଙ୍ଗର ଲିଙ୍କକୁ କ୍ଲିକ କଲା ପରେ ଯାଇ ପ୍ରି ରିଚାର୍ଜ କରିହେବ ବୋଲି କୁହାଯାଇଛି। କିନ୍ତୁ ସେହି ଲିଙ୍କକୁ କ୍ଲିକ କଲା ପରେ ସେଥିରେ ବ୍ୟକ୍ତିଗତ ତଥ୍ୟ ଭରିବା ପାଇଁ କୁହାଯାଉଛି। ଯେମିତି କି ନାଁ, ଜନ୍ମ ତାରିଖ, ଆଧାର ନମ୍ବର, ମୋବାଇଲ ଫୋନ୍ ନମ୍ବର ଇତ୍ୟାଦି। ଏହାପରେ ମୋବାଇଲ ଫୋନକୁ ଏକ ଓଟିପି ଆସୁଛି। ସାଇବର ଅପରାଧୀମାନେ ସେହି ଓଟିପିକୁ କୌଶଳକ୍ରମେ ମାଗି ନେଇଯିବେ | ଏହା ପରେ ସାଇବର ଅପରାଧୀ ମାନେ ଟଙ୍କା ଲୁଟିବା ସହ ଫୋନରେ ଥିବା ସମସ୍ତ ବ୍ୟକ୍ତିଗତ ତଥ୍ୟ ଚୋରି କରି ନେବେ ବୋଲି ସାଇବର ବିଶେଷଜ୍ଞ ମାନେ କହିଛନ୍ତି l ଆଗକୁ ନିର୍ବାଚନ ଥିବା ବେଳେ ସମସ୍ତଙ୍କ ମନରେ ଉତ୍ସୁକତା ଥିବାରୁ ସାଇବର ଅପରାଧୀମାନେ ଆଗକୁ ଏହାକୁ ଅସ୍ତ୍ର କରିଛନ୍ତି । ନୂଆ ନୂଆ ତରିକାରେ ଲୋକଙ୍କୁ ନିଜ ଜାଲରେ ଫସାଇ ଲୁଟୁଛନ୍ତି। ଆଗକୁ ଆହୁରି ନୂଆ ନୂଆ ଧରଣର କୌଶଳ ଗ୍ରହଣ କରିବାକୁ ଥିବାରୁ ଏଥିପ୍ରତି ସତର୍କ ରହିବାକୁ ସାଇବର୍ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ