Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳା ପ୍ରଦର୍ଶନ ପାଇଁ ପ୍ରେକ୍ଷାଳୟ ପ୍ରତିଷ୍ଠା ଓ ଜିଲ୍ଲା ସଂସ୍କୃତି ପରିଷଦ ଗଠନ ପାଇଁ ଜିଲ୍ଲାପାଳଙ୍କୁ ଦାବି ପତ୍ର

ସମ୍ବଲପୁର:ସମ୍ବଲପୁରୀ ନୃତ୍ୟ ସଂଗୀତ ଓ ନାଟକ ଆଜି ରାଜ୍ୟ ଓ ରାଜ୍ୟ ବାହାରେ ପରିଚୟ ପାଇ ସାରିଲାଣି, ଅନେକ ନୃତ୍ୟ ଦଳ ବିଦେଶ ରେ ସମ୍ବଲପୁରୀ ଲୋକ ନୃତ୍ୟ ପରିବେଷଣ କରି ଅଂଚଳ ପାଇଁ ସମ୍ମାନ ଆଣି ସାରିଥିବା ବେଳେ ଆଜିଯାଏ କଳା ପ୍ରଦର୍ଶନ ପାଇଁ ଆଜିଯାଏ ସରକାରୀ ସ୍ତରରେ ଏକ ଅତ୍ୟାଧୁନିକ ସ୍ୱୟଂ ସମ୍ପୂର୍ଣ୍ଣ ପ୍ରେକ୍ଷାଳୟ ହୋଇପାରିନଥିବା ଦୁର୍ଭାଗ୍ୟ ର ବିଷୟ l ୟାରି ଭିତରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ,ବୁର୍ଲା,ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଭିସୁଟ ଓ ଭୀମସାର, ବୁର୍ଲା ରେ ଅତ୍ୟାଧୁନିକ ପ୍ରେକ୍ଷାଳୟ ହୋଇପାରିଥିବା ବେଳେ ସହରରେ କଳାକାର ମାନଙ୍କ ପାଇଁ ଅନେକ ଦିନରୁ ଏକ ଅତ୍ୟାଧୁନିକ ପ୍ରେକ୍ଷାଳୟ ପ୍ରତିଷ୍ଠା ପାଇଁ ଦାବୀ ହୋଇ ଆସୁଥିବା ବେଳେ ଆଜିଯାଏ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ l କେବଳ ସେତିକି ନୁହେଁ ଏକ ବୃହତ ମୁକ୍ତ ମଞ୍ଚ ମଧ୍ୟ୍ୟ ପ୍ରତିଷ୍ଠା ହୋଇପାରିନାହିଁ l ଏହି ପରିପେକ୍ଷି ରେ ନାଟ ନାଟୁଆ ଅନୁଷ୍ଠାନ ର ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ ଙ୍କର ଆବାହକତ୍ୱ ରେ ସମ୍ବଲପୁର ର ବିଭିନ୍ନ ଅନୁଷ୍ଠାନ ର ଏକ ପ୍ରତିନିଧି ଦଳ ଏକ ଦାବୀ ପତ୍ର ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଙ୍କୁ ପ୍ରଦାନ କରିଛନ୍ତି l
ସମ୍ବଲପୁର ର ଏହି କଳାକାର ମାନେ ତୁରନ୍ତ ସଂସ୍କୃତି ସମ୍ପନ୍ନ ସମ୍ବଲପୁର ସହର ରେ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଅନ୍ତତଃ 1000 ଦର୍ଶକ ଙ୍କ ପାଇଁ ଉଦ୍ଧିଷ୍ଟ ଏକ ପ୍ରେକ୍ଷାଳୟ ତଥା ଏକ ବୃହତ ମୁକ୍ତ ରଙ୍ଗମଞ୍ଚ ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନ କୁ ଦାବୀ ଜଣାଇଛନ୍ତି l
ଏନେକ ଦିନରୁ ସମ୍ବଲପୁର ଜିଲ୍ଲା ରେ କାମଚଳା ଜିଲ୍ଲା ସଂସ୍କୃତି ପରିଷଦ କାର୍ଯ୍ୟ କରୁଥିବା ବେଳେ ଆଜିଯାଏ ସ୍ଥାୟୀ ଜିଲ୍ଲା ସଂସ୍କୃତି ପରିଷଦ ଗଠନ ହୋଇପାରିନାହିଁ l ତେଣୁ ଯଥା ଶୀଘ୍ର ଏକ ସ୍ଥାୟୀ ଜିଲ୍ଲା ସଂସ୍କୃତି ପରିଷଦ ଗଠନ କରାଯାଉ l
ସମ୍ବଲପୁରୀ ଲୋକ ନୃତ୍ୟ, ସଂଗୀତ ଓ ନାଟକ ଏତେ ପ୍ରତିଷ୍ଠା ପାଇଥିଲେ ମଧ୍ୟ ଅଭ୍ୟାସ ପାଇଁ ଆଜି ମଧ୍ୟ ଅଭ୍ୟାସ ପାଇଁ ଏଠି ସେଠି ଦାଣ୍ଡ ହୋଇ ଅଭ୍ୟାସ କରୁଛନ୍ତି l ତେଣୁ ସଂସ୍କୃତି ବିଭାଗ ପକ୍ଷରୁ କଳାକାର ମାନଙ୍କ ପାଇଁ ଅଭ୍ୟାସ ସ୍ୱତନ୍ତ୍ର କକ୍ଷ ର ପ୍ରତିଷ୍ଠା କରାଯାଉ l
ସମ୍ବଲପୁର ଲୋକ ମହୋତ୍ସବ ସର୍ବ ପ୍ରଥମେ ଓଡିଶା ରେ ଲୋକ ଉତ୍ସବ ର ଆୟୋଜନ କରିଥିଲା l ଆଜି ଏହା ସାରା ଓଡ଼ିଶାରେ ସମସ୍ତ ଜିଲ୍ଲା ରେ ଆୟୋଜନ ହେଉଛି l ଏନେକ ଜିଲ୍ଲା ରେ ଲୋକ ମହୋତ୍ସବ ବୋଲି ମଧ୍ୟ୍ୟ ଆୟୋଜନ କରୁଛନ୍ତି l ସେହିଦୃଷ୍ଟିରୁ ଅନ୍ୟ ଜିଲ୍ଲା ରେ ନାମକରଣ ହୋଇଥିବା ମଣ୍ଡେଇ, ପଏଁରି, ପରବ, ତିହାର, ଯତରା ପରି ସମସ୍ତଙ୍କ ସହମତି ରେ ସମ୍ବଲପୁର ଲୋକ ମହୋତ୍ସବ ର ମଧ୍ୟ ଏକ ସ୍ୱତନ୍ତ୍ର ନାମକରଣ କରାଯାଉ l
ଏଇମିତି ସମ୍ବଲପୁରରେ କଳା ସଂସ୍କୃତି ସହ ଜଡିତ ଅନେକ ସମସ୍ୟା ବିଷୟରେ ଦାବୀ ସମ୍ବିଳିତ ସ୍ମାରକ ପତ୍ର ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଥିଲା l
ଏହି ପରିପେକ୍ଷି ରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ବଲପୁର ନାଟ୍ୟକଳା ପରିଷଦ ର ଗୋରେଖଲାଲ ଦାସ, ପୂର୍ଣ୍ଣ ଚନ୍ଦ୍ର ଦାସ,ପଣ୍ଡିତ ଲକ୍ଷ୍ମୀ ନାରାୟଣ ସାଂସ୍କୃତିକ ଅନୁଷ୍ଠାନ ର ସନ୍ତୋଷ ମିଶ୍ର, ନାଟନାଟୁଆ ର ଯୁଗ୍ମ ସଂଯୋଜକ ତଥା ଶବ୍ଦ ସାଂସ୍କୃତିକ ଅନୁଷ୍ଠାନ ର ବିରୁପାକ୍ଷ ପ୍ରଧାନ, ମଞ୍ଚନାୟକ ର ସଂଜୀବ ପାଢ଼ୀ, ଅଦୃଶ୍ୟ ନାଟ୍ୟ ଆଶ୍ରମ ର ନରେନ୍ଦ୍ର ବେହେରା, ସିଂ.ସଂ.ସାଂ. ର ବବଲୁ ବାଗ, ସାଧନା ର ଯୋଗେଶ ନନ୍ଦ, ଶ୍ରୀ କଲଚରାଲ ଆସୋସିଏସନ ର ଲଳିତ ମୋହନ ବେବର୍ତ୍ତା,ଆର୍ଟିଷ୍ଟ ଅଭିନୟ ପରିଚୟ ର ପ୍ରଶାନ୍ତ ମହାରଣା,ଚିତ୍ରୋତ୍ପଳା ସାଂସ୍କୃତିକ ଅନୁଷ୍ଠାନ ର ସୁବାଷ ନନ୍ଦ, ଅଜୟ କୁମାର ନାଥ, କମଳ ଲୋଚନ ପଣ୍ଡା ଓ ଜ୍ୟୋତିଷ ମହାନ୍ତି ପ୍ରମୁଖ ସାମିଲ ଥିଲେ l ନାଟନାଟୁଆ ର ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ଯେ, ପ୍ରେକ୍ଷାଳୟ ଓ ଏହି ସାମୟିକ ବିଷୟ ରେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଙ୍କର ମଧ୍ୟ୍ୟ ଦୃଷ୍ଟି ଆକର୍ଷଣ କରାଯିବ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ