Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ଘଟଣା ରେ ବର୍ତ୍ତୀ ଗଲେ ଲକ୍ଷ୍ମୀପୁର ଆଇଆଇସି…ସିଙ୍ଗାରାମ ନିକଟରେ ଓଲଟି ପଡିଲା ପୋଲିସ ବୋଲେରୋ…ଟିକିରି ଠାରୁ ଲକ୍ଷ୍ମୀପୁର ରାସ୍ତା ଅବସ୍ଥା ହୋଇଛି ଶୋଚନୀୟ…

ଲକ୍ଷ୍ମୀପୁର :୧୪/୦୩ .. କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଆଇଆଇସି ଙ୍କ ବୋଲେରୋ ଗାଡି ଟି ସିଙ୍ଗାରାମ ନିକଟରେ ଦୁର୍ଘଟଣା ହୋଇ ଓଲଟି ପଡିଥିଲା, ବୋଲେରୋ ଟି ରାସ୍ତା ଉପରେ ଓଲଟି ପଡ଼ିଥିଲେ ମଧ୍ୟ ସୌଭାଗ୍ୟ ବଶତଃ ଆଇଆଇସି ଅଳ୍ପକେ ବର୍ତ୍ତୀ ଯାଇଛନ୍ତି। କୌଣସି ଏକ କାମରେ ଲକ୍ଷ୍ମୀପୁର ଆଇଆଇସି ସୁଜ୍ଞାନୀ ସାହୁ ଟିକିରି ଯାଇ କାମସାରିବା ପରେ ଫେରୁଥିଲେ, ସିଙ୍ଗାରାମ ଠାରୁ ଲକ୍ଷ୍ମୀପୁର ପର୍ଯ୍ୟନ୍ତ ୧୨ କିମି ରାସ୍ତା ଶୋଚନୀୟ ହୋଇ ପଡ଼ିଥିବା ବେଳେ ଦୀର୍ଘ ୬ମାସରୁ ଉର୍ଧ୍ଵ ହେବ ରାସ୍ତା କାମ ଆରମ୍ଭ ହୋଇଥିଲେ ସୁଧା କାର୍ଯ୍ୟ ସମାପ୍ତ ହୋଇପାରୁନାହିଁ। ରାସ୍ତା ଖରାପ କାରଣ ରୁ ଅନେକ ଛୋଟ ବଡ଼ ଦୁର୍ଘଟଣା ହେଉଥିବା ବେଳେ ରାସ୍ତା କଡରେ ବାଲି ମେଟାଲ ଭଳି ରାସ୍ତା ତିଆରି ସାମଗ୍ରୀ ପଡିରହିଥିବା କାରଣରୁ ଦୁର୍ଘଟଣା ଗୁଡିକ ହେଉଛି ବୋଲି ଅଂଚଳ ବାସି ଅଭିଯୋଗ କରିଛନ୍ତି। ତୁରନ୍ତ ରାସ୍ତା କାମ ସମାପ୍ତ କରିବା ସକାଶେ ଦାବୀ ହୋଇଛି।