Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କୋମଳ ମତି ଶିଶୁ ମାନେ କଞ୍ଚା ମାଟି,ତାଙ୍କୁ ସୁନ୍ଦର କରି ଗଢି ତୋଳିବା ଆମର ଗୁରୁ ଦାୟିତ୍ଵ : ସୁଶାନ୍ତ ସାବତ

ବ୍ରହ୍ମପୁର:କୋମଳ ମତି ଶିଶୁ ମାନେ କଞ୍ଚା ମାଟି ସଦୃଶ୍ୟ, କୁମ୍ଭାର କଞ୍ଚା ମାଟି କୁ ନିଜ ହାତରେ ଯେମିତି ଯତ୍ନରେ ସୁନ୍ଦର ଭାବେ ଗଢେ ସେମିତି ଶିଶୁ ମାନଙ୍କୁ ଯତ୍ନ ରେ ସଂସ୍କାର ଦେୟୀ, ମାଟି, ମା ମାତୃଭାଷା ପ୍ରତି ମମତା ସୃଷ୍ଟି କରାଇ ତାଙ୍କୁ ସୁନ୍ଦର କରି ଗଢି ତୋଳିବା ପ୍ରାଥମିକ ବିଦ୍ୟାଳୟ, ପିତା ମାତା ଓ ସମାଜ ଗୁରୁ ଦାୟିତ୍ଵ ବୋଲି ଆଜି ରଙ୍ଗେଇଲୁଣ୍ଡା ବ୍ଲକ ସ୍ଥିତ ମା ଭୈରବୀ ମନ୍ଦିର ନିକଟସ୍ଥ ହରଡଙ୍ଗ ଗ୍ରାମରେ ଅବସ୍ଥିତ କନିଶୀ ଓଡ଼ିଆନ୍ ଗୁରୁକୁଳ ର ଶାଖା ବ୍ଲୁମ୍ ପବ୍ଲିକ ସ୍କୁଲ ର ପ୍ରଥମ ବାର୍ଷିକ ଉତ୍ସଵ କୁ ଉଦଘାଟନ କରି ବିଶିଷ୍ଟ ସମାଜସେବୀ ତଥା ମହାନ୍ ସଂଘ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ମତବ୍ୟକ୍ତ କରିଥିଲେ । ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁଶ୍ରୀ ରଜେଶ୍ୱରି ଦୋରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲାମାନେ ଭଗବାନ ଙ୍କ ସଦୃଶ୍ୟ, ତାଙ୍କର କୋମଳ ମତି ମନ୍ କୁ ଠିକ ଭାବେ ଗଢ଼ିବା କୁ ପରାମର୍ଶ ଦେଇଥିଲେ। ବିଶିଷ୍ଟ ଅତିଥି ଭାବେ ସାସଂଦ ଙ୍କ ପ୍ରତିନିଧି ଯୁବନେତା ଶ୍ରୀ ଅଜିତ ଦାଶ ଯୋଗଦେଇ ବିଦ୍ୟାଳୟର ଶିକ୍ଷା ପ୍ରଦାନ କୁ ପ୍ରସଂଶ। କରିଥିଲେ। ସମ୍ମାନିତ ଅତିଥି ଭାବେ ଓଡ଼ିଆନ୍ ଗୁରୁକୁଳ ର ଅଧ୍ୟକ୍ଷା ଶ୍ରୀମତୀ ମମତା ପଣ୍ଡା,ସମିତି ସଭ୍ୟା ଶ୍ରୀମତୀ ବିଷ୍ଣୁ ପ୍ରିୟା ନାୟକ, ବରିଷ୍ଟ ସାମ୍ବାଦିକ ଶ୍ରୀ ସୁଡ଼ିପ ସାହୁ,ବିଶ୍ଵନାଥପୁର ସରପଞ୍ଚ ଶ୍ରୀମତୀ ଏ ଦମୟନ୍ତୀ ରେଡି, ମନ୍ତ୍ରିଡି ସରପଞ୍ଚ ଶ୍ରୀ ତାରିଣୀ ଦାସ, ରର୍ଣ୍ଡ। ସରପଞ୍ଚ ଅଜିତ ରାଉଳ, ପଦ୍ମପୁର ସରପଞ୍ଚ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠି, ମାରୱାଡ଼ି ମହିଳା ସମିତି ସଭାନେତ୍ରୀ ଶ୍ରୀମତୀ ସୀମା ଚଉଧୁରି, ତାରିଣୀ ଦାସ, ପୁରସୋତମ୍ ରେଡି, ପି ନୀଳାଦ୍ରି ରେଡ଼ି, ଜି କମେସ୍ ରେଡ଼ି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ବିଦ୍ୟାଳୟ ଅଧ୍ୟକ୍ଷା ଶ୍ରୀମତୀ ବବିତା ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ସଭାରେ ଶିକ୍ଷୟତ୍ରୀ ଶିଳ୍ପା ମହାନ୍ତି, ସସ୍ମିତା ବେହେରା,ସୂତପା ସାହୁ, ଅର୍ପିତା ବିଷୋୟୀ, ମିନତି ପାତ୍ର, ଜ୍ୟୋତି ପାଳ ପ୍ରମୁଖ କାର୍ଯ୍ୟ କ୍ରମ ପରିଚାଳନା କରିଥିବା ବେଲେ ଉଦଘୋଷିକା ଶ୍ରୀମତୀ ରଶ୍ମିତା ଦଳାଇ ଙ୍କ ସଂଯୋଜନା ରେ ଛାତ୍ର ଛାତ୍ରୀଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସଂସସନୀୟ ହୋଇଥିଲା।