Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ନନ୍ଦିପଦା ଥାନାର ନବନିର୍ମିତ ଗୃହ ଉଦଘାଟିତ

ହାଟଡ଼ିହି-୧୩/୩ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନନ୍ଦିପଦା ଥାନାର ନବନିର୍ମିତ ଗୃହକୁ ଅଭାଷୀ ମାଧ୍ୟମରେ ଉଦଘାଟନ କରିଛନ୍ତି। ଥାନା ପରିସରରେ ଏଥିଲାଗି ଆୟୋଜିତ ଉତ୍ସବରେ କେନ୍ଦୁଝର ଏସ. ପି ନିତିନ କୂଳଶେଖର, ଏସ.ଡି.ପି.ଓ ପ୍ରଶାନ୍ତ କୁମାର ବେହେରା, ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ହାଟଡ଼ିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଜିଲ୍ଲା ପରିଷଦ ବିମ୍ବାଧର ବିଶ୍ୱାଳ, କୌଶଲ୍ୟା ସେଠୀ, ସରପଞ୍ଚ ଚିନ୍ମୟ ନାୟକ, ଅଭିମନ୍ୟୁ ସେଠୀ, ହାଟଡ଼ିହି କଲେଜ ଅଧ୍ୟକ୍ଷ ଚିତ୍ତ ରଞ୍ଜନ ରାଉତ, ଆମ ପୁଲିସ ସଦସ୍ୟ ସୁଧାଂଶୁ ଦକ୍ଷିଣ ରାୟ, କୃଷ୍ଣଚନ୍ଦ୍ର ଜେନା, ବିରେନ୍ଦ୍ର ବିଶ୍ୱାଳ, ଧୁଶାସନ ସାହୁ ପ୍ରମୁଖଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଥିଲେ। ନନ୍ଦିପଦା ଥାନାରେ ଦିର୍ଘ ବର୍ଷ ଧରି ଗୃହ ସମସ୍ୟା ଲାଗି ରହିଥିବା ବେଳେ ଏହି ନୂତନ ବିଲଡିଙ୍ଗ ଦ୍ୱାରା ଥାନାର ଅନେକ ସମସ୍ୟା ସମାଧାନ ହେବ ବୋଲି ଏସ ପି କହିଛନ୍ତି। ଅଧିକାରୀ କର୍ମଚାରୀ ମାନେ ଏଠାରେ ବିଶ୍ରାମ କରିବା ସହିତ ୨୪ଘଣ୍ଟିଆ ସେବା ଯୋଗାଇ ପାରିବେ ବୋଲି କହିଥିଲେ। ସେହିପରି ଥାନାର ପାଚେରୀ ନଥିବାରୁ ତୁରନ୍ତ ପାଚେରୀ ନିର୍ମାଣ କରିବା ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଆମ ପୁଲିସ ସଦସ୍ୟ ସଧାଂଶୁ ଦକ୍ଷିଣରାୟ ଦାବି କରିଛନ୍ତି। ନନ୍ଦିପଦା ଥାନା ଆଇ. ଆଇ. ସି ରବିନ୍ଦ୍ର କୁମାର ପାତ୍ର, ସୋସୋ ଥାନା ଆଇଆଇସି ବିଜୟ କୁମାର ବିହାରୀ, ଏସ ଆଇ ଲୋହିତ ରାଜ ନାଟକ, ଏସ. ଆଇ ଅରୁପ କୁମାର ଜର, ଏଏସଆଇ ସୁଶମା ସୁନ୍ଦରୀ ସେଠି, ଏଏସଆଇ ଜମ୍ବୁବତୀ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ