Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣ୍ୟତୋୟା ଋଷିକୂଲ୍ୟା ମହୋତ୍ସବ ଆୟୋଜନ ନେଇ ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ଓ ପୁରୋହିତ ସମିତିର ପ୍ରସ୍ତୁତି ବୈଠକ

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ପୁରୋହିତ ସମିତିର ମାସିକ ବୈଠକ ନୀଳାଞ୍ଚଲ୍ ନଗର ସ୍ଥିତ ଶ୍ରୀ ଶ୍ରୀ ନୀଳାଞ୍ଚଲେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ ସଭାପତି ପଣ୍ଡିତ ଶ୍ରୀ ନୀଳମାଧବ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଓ ସମ୍ପାଦକ ଶ୍ରୀ ସନ୍ତୋଷ କୁମାର କର ଙ୍କ ସଂଯୋଜନାରେ ଅନୁଷ୍ଟିତ ବୈଠକରେ ଆଗାମୀ ଚୈତ୍ର କୃଷ୍ଣ ତ୍ରୋୟଦଶୀ ତଥା ୬ ଏପ୍ରିଲ ଶନିବାର ଦିନ ଋଷିକୂଲ୍ୟା ମହୋତ୍ସବ ଆୟୋଜନ ନେଇ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା ଯେଉଁ ପୁଣ୍ୟତୋୟା ଋଷିକୂଲ୍ୟା ଋଷୀମାଲ ପର୍ବତରୁ ଜନ୍ମ ନେଇ ୧୬୫ କିଲୋମିଟର ପର୍ଯ୍ୟନ୍ତ ପ୍ରଭାବିତ ହୋଇ ବିଭିନ୍ନ କ୍ଷେତ୍ରରେ ପ୍ରୟାଗ ସ୍ଥାନ ସୃଷ୍ଟିକରି ପରିଶେଷରେ ଗଞ୍ଜାମ ମୁହାଣ ମହୋଦଧି ରେ ସଂଯୁକ୍ତ ହୋଇଛନ୍ତି। ସେହି ପ୍ରୟାଗ ସ୍ଥାନ ମଧ୍ୟରେ ମୁଖ୍ୟତଃ କେତକ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ବ୍ର।ହ୍ମଣ ଓ ପୁରୋହିତ ସମିତି ର କର୍ମ କର୍ତା ଙ୍କ ମାଧ୍ୟମରେ ଆରତୀ, ପୂଜାର୍ଚ୍ଚନା, ହୋମ ଯଜ୍ଞ ଓ ପିତୃ ପୁରୁଷଙ୍କୁ ତିଲିତର୍ପଣ କରାଯିବା ନେଇ ନିଷ୍ପତି ହୋଇଥିଲା । ଏହି ଆଧ୍ୟାତ୍ମିକ ବୈଠକ ରେ ମୁଖ୍ୟ ଅତିଥି ଭାବେ କଚୁରୁ ମଠାଧୀଶ ସ୍ୱାମୀ ସତ୍ୟାନନ୍ଦ ଗିରି, ବିଶିଷ୍ଟ ଅତିଥି ଭାବେ ରାମଧିନ ସଂସ୍କୃତି ମହାବିଦ୍ୟାଳୟ ର ଅଧ୍ୟକ୍ଷ ତଥା କଞ୍ଚରୁ ମଠାଧୀଶ ମହନ୍ତ ଶ୍ରୀ ହରିହର ଦାଶ ସମ୍ମାନିତ ଅତିଥି ଭାବେ ସଂସ୍କୃତି ଗବେଷକ ଶ୍ରୀ ଭେଙ୍କଟ ବିହାରୀ ପ୍ରହରାଜ ମୁଖ୍ୟ ବକ୍ତା ଭାବେ ମହାନ୍ ସଂଘ ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଓଡ଼ିଆ ପ୍ରତିଷ୍ଠାନ, ନୂଆଦିଲ୍ଲୀ ର ମୁଖ୍ୟ ସଂଯୋଜକ ବିଶିଷ୍ଟ ସଂଗଠକ ସମାଜସେବୀ ଶ୍ରୀ ସୁଶାନ୍ତ କୁମାର ସାବତ ଯୋଗଦେଇ ପୁଣ୍ୟତୋୟା ଋଷିକୂଲ୍ୟା ମାହାତ୍ମ୍ୟ ସୁଦୂର ପ୍ରସାର ଉପରେ ମାର୍ଗ ଦର୍ଶାଇଥିଲେ ଓ ଏହା କିପରି ସଫଳ ହୋଇପାରିବ ତାହା ଉପରେ ଆଲୋକପାତ କରିବା ନିମନ୍ତେ ଋଷିକୂଲ୍ୟା ମହୋତ୍ସବ ଆୟୋଜନ କୁ ସୂଚାରୁ ରୂପେ ପାଳନ କରିବା ଦିଗରେ ମତବ୍ୟକ୍ତ କରିଥିଲେ। ମହୋତ୍ସବ କୁ ସଫଳ କରିବା ଉପରେ ଉପଦେଷ୍ଟା ଶ୍ରୀ ନାରାୟଣ ରଥ, ଉପସଭାପତି ଶ୍ରୀ କରୁଣା କର ଦାଶ, ଅକ୍ଷୟ ପାଢ଼ୀ, ସହ ସମ୍ପାଦକ ଟୁଟୁ ରଥ କୋଷାଧ୍ୟକ୍ଷ ଶ୍ରୀ ସନ୍ତୋଷ ତ୍ରିପାଠୀ, ସଂଯୋଜକ ଶ୍ରୀ ଯଜ୍ଞ କୁମାର ରଥ, ଶ୍ରୀ ଚିତ ରଞ୍ଜନ ପାଠୀ,ଉମା ପ୍ରସାଦ ପାଠୀ, ବିପ୍ର ଷଡଙ୍ଗୀ,ବାଳକୃଷ୍ଣ ତ୍ରିପାଠୀ, ନାରାୟଣ ଦାଶ, ବାପନ୍ ଶତପଥୀ, ନାର୍ଯନ୍ ଦାଶ,ଆଶୁତୋଷ ଦାଶ, ପ୍ରକାଶ ଦାଶ, ବିଷ୍ଣୁ ପ୍ରସାଦ ଦସ, ମନ୍ଦିର କମିଟି ସଭାପତି ଶ୍ରି ବିଜୟ କୁମାର ମିଶ୍ର, ସମ୍ପାଦକ ଶତ୍ରୁଘ୍ନ ରଥ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିବା ବେଳେ ଶ୍ରୀ ବାବୁଲା ଶତପଥୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ବିଶ୍ବ କଲ୍ୟାଣ ତଥା ଋଷିକୂଲ୍ୟା ର ମାହାତ୍ମ୍ୟ କୁ ରାଜ୍ୟ ବାହାର ଭକ୍ତ ଙ୍କ ଅବଗତ କରାଇବା ନିମନ୍ତେ ମହୋତ୍ସବ କୁ ସଫଳ କରିବା ନିମନ୍ତେ ସମସ୍ତ ପ୍ରୟାସ କରାଯିବ ବୋଲି ସଭାପତି ପଣ୍ଡିତ ଶ୍ରୀ ନୀଳମାଧବ ତ୍ରିପାଠୀ ସୂଚନା ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ