Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଖିଳ ଓଡିଶା ୱାର୍ଡ ସଭ୍ୟ ସଂଘ ପକ୍ଷରୁ ପାଞ୍ଚ ଦଫା ଦାବୀ ନେଇ ଗଣ ବିକ୍ଷୋଭ ଓ ଧାରଣା

ସମ୍ବଲପୁର,(କୁଚିଣ୍ଡା): ନିଖିଳ ଓଡିଶା ୱାର୍ଡ ସଭ୍ୟ ସଂଘ, କୁଚିଣ୍ଡା ଉପଖଣ୍ଡ ଶାଖା ପକ୍ଷରୁ ଏହାର ଉପଦେଷ୍ଟା ସମାଜସେବୀ ସୁବାସ ଚନ୍ଦ୍ର ନାୟକ ଓ ସାଧାରଣ ସଂପାଦିକା ଶ୍ରୀମତୀ ଧନମତି ରୋହିଦାସ ଙ୍କତୃତ୍ୱରେ ଆଜି କୁଚିଣ୍ଡା ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଦିବା ଦଶଟା ରୁ ଗଣ ଧାରଣା ଦେବା ସହ ଗଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୂର୍ବରୁ ଏକ ଶୋଭାଯାତ୍ରା ରେ ଆସି ଗଣ ଧାରଣା ଦେବା ପରେ ଅପରାହ୍ନ ସମୟରେ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲା ପାଳ ଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀ ଓ 5 ଟି ସଚିବଙ୍କ ନିକଟକୁ ଦୁଇ ଗୋଟି ପାଞ୍ଚ ଦଫା ସମ୍ମିଳିତ ଦାବିପତ୍ର ପ୍ରଦାନ କରାଯାଇଛି।ଏହି ଦାବୀ ପତ୍ରରେ ପଂଚାୟତ ରାଜ ଅନୁଷ୍ଠାନ ର ଅନ୍ୟ ମାନଙ୍କ ଭତ୍ତା ବୃଦ୍ଧି ଅନୁପାତରେ ତୃଣ ମୂଳର ଲୋକ ପ୍ରତିନିଧି ୱାର୍ଡ ସଭ୍ୟ ମାନଙ୍କୁ ବିଭିନ୍ନ ଯୋଜନାରେ ଉପଯୁକ୍ତ ଭାବରେ ସାମିଲ କରୁ ନ ଥିବା ତଥା ଭତ୍ତା ବୃଦ୍ଧି ଦିଗରେ ଉପଯୁକ୍ତ ଦୃଷ୍ଟି ଦେଇ ନ ଥିବାରୁ କ୍ଷୋଭ ପ୍ରକାଶ କରି ପୂର୍ବରୁ ଦିଆଯାଇଥିବା ପାଞ୍ଚ ଗୋଟି ଦାବିକୁ ପୁନଃ ଉପସ୍ଥାପିତ କରିଛନ୍ତି । ଦାବୀ ପତ୍ରରେ ମାସିକ ଭତ୍ତା ପାଞ୍ଚ ହଜାର କରିବା, ପଂଚାୟତ କାର୍ଯ୍ୟାଳୟରେ ୱାର୍ଡ ସଭ୍ୟଙ୍କ ପାଇଁ ଗୋଟିଏ କୋଠରୀ ଯୋଗାଇ ଦେବା, ହିତାଧିକାରୀ ଙ୍କ ସଦୃଶ୍ୟ ସମସ୍ତ ବସର୍ଡ ସଭ୍ୟାଙ୍କ ନିଜ ଗାଁ ରେ ବାସଗୃହ ଯୋଗାଇ ଦେବା, ଗ୍ରାମ ସଭା ଓ ପଲ୍ଲିସଭା ର ନିଷ୍ପତ୍ତି କୁ କାରଣ୍ୟକାରୀ କରାଇବା ଏବଂ ରାଜ୍ୟ ଵ୍ୟାପୀ ଏକ ଡ୍ରେସ କୋର୍ଡ ଲାଗୁ କରିବା ପାଇଁ ଦାବୀ କରାଯାଇଛି।ଏହି ଦାବୀ ପ୍ରତି ସୁଦୃଷ୍ଟି ନ ଦେଲା ପ୍ରତ୍ୟେକ ପଂଚାୟତ ସ୍ତରରେ ଗଣ ଧାରଣା ଓ ଭୁବନେଶ୍ୱରରେ ମଧ୍ୟ ଧାରଣା ଦିଆଯିବ ବୋଲି ଉପଦେଷ୍ଟା ଶ୍ରୀ ନାୟକ ସୂଚନା ଦେଇଛନ୍ତି ।ସମଗ୍ର କାର୍ଯ୍ୟକ୍ରମ କୁ କନକ ନାଏକ, ଲଳିନ୍ଦ୍ର ଅ ଢା, ଗୀତା କାହାଳି, ଧନମତି ରୋହିଦାସ, ରଂଜିତ କିସାନ, ରାଜେଶ ଓମ, ସୂର୍ଯ୍ୟ କିସାନ, ସୁଦର୍ଶନୀ ତଣ୍ଡିଆ, ପୁଷ୍ପାଞ୍ଜଳି ଧୂରୁଆ, ଶାନ୍ତିଲତା ନାଏକ ପ୍ରମୁଖ ପରିଚାଳନା କରିଥିଲେ। ଧାରଣା ପ୍ରାରମ୍ଭରେ ବାମରା ବ୍ଲକ ର ପୂର୍ବ ଅଧ୍ୟାକ୍ଷା ମୁନୁ ମିଶ୍ର ଧାରଣା ସ୍ଥଳକୁ ଆସି ଦାବୀ ପ୍ରତି ସମର୍ଥନ ଜ୍ଞାପନ କରିଥିବା ବେଳେ ଦାବିପତ୍ର ପ୍ରଦାନ ବେଳେ ବି ଯେ ପି ର ରାଜ୍ୟ ଉପ ସଭାପତି ତଥା ପୂର୍ବ ବିଧାୟକ ରବି ନାରାୟଣ ନାଏକ ଆସି ଟଙ୍କା ଦଳ ର ଦାବୀ ପ୍ରତି ସମର୍ଥନ ରହିଛି ବୋଲି ଘୋଷଣା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ