Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉତ୍କଳ ବାଳାଶ୍ରମରେ ସ୍ବଚ୍ଛତା ପକ୍ଷ ପାଳିତ:ବର୍ଜ୍ୟ ବସ୍ତୁରୁ ଗୃହ ସାଜସଜ୍ଜା ସାମଗ୍ରୀ ପ୍ରସ୍ତୁତ କଲେ ଅନ୍ତେବାସୀ

ନୂଆପଡ଼ା: ବୈର୍ଜ୍ୟବସ୍ତୁରେ ତିଆରି ହୋଇପାରେ ସାଜସଜ୍ଜା ସାମଗ୍ରୀ।ଏଭଳି କରି ଦେଖାଇଛନ୍ତି କୋମଳମତି ଶିଶୁ।ଖଡିଆଳ ସ୍ଥିତ ଉତ୍କଳ ବାଳାଶ୍ରମ ପରିସର ମଧ୍ୟରେ ସ୍ବଚ୍ଛତା ପକ୍ଷ ପାଳିତ ହୋଇଯାଇଛି। ଏହି ପକ୍ଷ ପାଳନ ଅବସରରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା କଲ୍ୟାଣ କମିଟି ଅଧ୍ୟକ୍ଷ ଡ଼ ଫାଣିନ୍ଦମ୍ ଦେଓ ଯୋଗ ଦେଇ ଶିଶୁ ଅବସ୍ଥା ରେ ମାନସିକତା ପରିବର୍ତ୍ତନ କରି ସାକାର୍ତ୍ମକ ମନୋଭାବ ସୃଷ୍ଟି କରିବା ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ ଏବଂ ଏହା ପ୍ରମାଣିତ ବୋଲି ମତବ୍ୟକ୍ତ କରିଥିଲେ। ବୈଠକ ରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ସିଂ , ଶିଶୁ କଲ୍ୟାଣ କମିଟି ସଦସ୍ୟ ନାରାୟଣ ଯୋଶୀ, ସମାଜ ସେବୀ ଶ୍ରୀନିବାସ ବେହେରା, ଉତ୍କଳ ବଳଶ୍ରର୍ମ ଅଧ୍ୟକ୍ଷ ଅର୍ଚ୍ଚନା ପାଢୀ ପ୍ରମୁଖ ଯୋଗ ଦେଇ ବର୍ଜ୍ୟ ବସ୍ତୁ ରୁ ସରକାରୀ ବସ୍ତୁରେ ପରିଣତ କରିବା ନିଖୁଣ କଳା ନେଇ ତାଙ୍କୁ ତାଲିମ ଦେଇଥିଲେ। ଏକ ଅଭିନବ ପ୍ରୟାସ କରି ,ବର୍ଜ୍ୟ ବସ୍ତୁର ସଠିକ ଉପାୟରେ ବ୍ୟବହାର କରି ଗୃହ ସାଜସଜ୍ଜା ସାମଗ୍ରୀ ପ୍ରସ୍ତୁତ କଲେ ଅନ୍ତେବାସୀ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ