Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ତିନୋଟି ଗ୍ରାମ ପଞ୍ଚାୟତର ୱାର୍ଡ ସଭ୍ୟ ମାନଙ୍କ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ସମ୍ବଲପୁର(କୁଚିଣ୍ଡା):ଗତ କାଲିର ନିଷ୍ପତ୍ତି ଅନୁଯାୟୀ ଆଜି ତେଲି ତିଳେଇମାଲ, କୁ. ଟାଇଁସର ଓ କୁ. ଜମନକିରା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା, ଗଣ ବିକ୍ଷୋଭ ପ୍ରଦାନ ସହ ପାଞ୍ଚ ଦଫା ସମ୍ମଳିତ ଦାବିତ୍ର କୁ ପଂଚାୟତ ଏକଜିକୁଟିଭ ଓ ସରପଞ୍ଚ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି। ଏହି ତିନୋଟି ଯାକ ଗ୍ରାମ ପଂଚାୟତ କାର୍ଯ୍ୟକ୍ରମରେ ସଂଘ ର ଉପଦେଷ୍ଟା, ସମାଜସେବୀ ସୁବାସ ଚନ୍ଦ୍ର ନାୟକ ଯୋଗଦେଇ ନିର୍ବାଚନ ପୂର୍ବରୁ ଦାବୀ ପୂରଣ କରଣାଗଲେ ଆନ୍ଦୋଳନ କୁ ଶାଣିତ କରାଯିବ ବୋଲି ଘୋଷଣା କରିଥିଲେ। ତେଲି ତିଳେଇମାଲ ବିକ୍ଷୋଭ ର ନେତୃତ୍ୱ ଜୁଲି ବାଘ ଓ ପୁଷ୍ପା ଛତ୍ରିଆ ନେଇଥିବା ବେଳେ ଜିଲ୍ଲା ପରିଷଦ ସଭା ଦିବ୍ୟରଜ କିସାନ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ କରୁଣା କର କିସାନ ଉପସ୍ଥିତ ରହି ଦାବୀ ପ୍ରତି ସମର୍ଥନ କରିଥିଲେ । ସ୍ଥାନୀୟ ସରପଞ୍ଚ ଓ ପଂଚାୟତ ଏକଜିକୁଟିଭ ଉପସ୍ଥିତ ରହି ଦାବୀ ପତ୍ର ଗ୍ରହଣ କରିଥିଲେ। ଠିକ ସେଇପରି ଟାଇଁ ସାର ଆନ୍ଦୋଳନ ର ନେତୃତ୍ୱ କେଶରୀ କିସାନ ଓ ରେବତୀ କୁସୁମ ନେଇଥିବା ବେଳେ କୁ. ଜମନକିରାରେ ଲଳିନ୍ଦ୍ର ଅଢା ଓ ସଦାନନ୍ଦ ନାଏକ ନେତୃତ୍ୱ ନେଇଥିଲେ। ସମ୍ପୃକ୍ତ ସରପଞ୍ଚ ଓ ପଂଚାୟତ ଏକଜିକୁଟିଭ ଦାବିପତ୍ର ଗ୍ରହଣ କରିଥିଲେ ।