ବିଜେଡି ଟିକେଟ ପାଇଁ ନାରାୟଣ ଲୁହା ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ରେ ଶକ୍ତି ପ୍ରଦର୍ଶନ ଦେଖାଇଲେ ଏକ ବିରାଟ ବାଇକ ରାଲି କରି


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଯୁବ ବିଜୁ ଜନତା ଦଳ ତରଫରୁ ନାରାୟଣ ଲୁହା ଙ୍କୁ ସମର୍ଥନ କରି ତାଙ୍କ ଅନୁପସ୍ଥିତି ରେ ଏକ ବିରାଟ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବୀରମହାରାଜପୁର ବ୍ଲକ ର ବିଭିନ୍ନ ଅଂଚଳରୁ ବିଜେଡି ତଥା ନାରାୟଣ ଲୁହା ଙ୍କ ସମର୍ଥକ ମାନେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଏକତ୍ରିତ ହୋଇଥିଲେ । ସେଠାରୁ ବାଇକ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ତ୍ରିବେଣୀ ଛକ, ମୁଖ୍ୟ ଛକ ଦେଇ ଉଫୁଲା, ରଥପୁର ଛକ ଦେଇ ପଣ୍ଡିଆପାଲି ଛକ ପର୍ଯ୍ୟନ୍ତ ଯାଇଥିଲା। ପରେ ଉଲୁଣ୍ଡା ବ୍ଲକ ର ମହଦା , ଧର୍ମଶାଳା , ମୁଣ୍ଡଘାଟ , ରକ୍ସା ଛକ, ବିଶିପଡା , ନାଏକପଡା ଦେଇ ଉଲୁଣ୍ଡା କୁ ବାଇକ ଶୋଭା ଯାତ୍ରା କରାଯାଇଥିଲା । ଉଲୁଣ୍ଡା ରୁ ଉକ୍ତ ବ୍ଲକ ର ଯୁବ ବିଜେଡି କର୍ମୀ ଓ ସମର୍ଥକ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ । ସେଠାରୁ ମେଟାକାନି ଦେଇ ବିନିକା ପହଞ୍ଚିଲା ପରେ ଉକ୍ତ ବ୍ଲକ ର ସମର୍ଥକ ମାନେ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ । ବିନିକା ରୁ ସେଲେଡି ଛକ , ତୁଲୁଣ୍ଡୁପାଲି , ମହାଦେବପାଲି , ଘୋଡ଼ାଧାର ଦେଇ ପଣ୍ଡିକିଟାଲ ପଡିଆ ପର୍ଯ୍ୟନ୍ତ ଯାଇଥିଲା। ତିନି ବ୍ଲକ ର ହଜାର ହଜାର ବିଜେଡ଼ି ଦଳର କର୍ମୀ ,ସମର୍ଥକ ଓ ନାରାୟଣ ଲୁହା ଙ୍କ ସମର୍ଥକ ଶୋଭାଯାତ୍ରା ରେ ଯାଇ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ନାରା ଦେଇଥିଲେ। ଆଗକୁ ନିର୍ବାଚନ ଆସୁଥିବାରୁ ଉକ୍ତ ବାଇକ ଶୋଭାଯାତ୍ରା କୁ ନେଇ ଅନେକ ଚର୍ଚ୍ଚା ହେଉଛି। ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଦୀର୍ଘଦିନ ଧରି ଅନୁସୂଚିତ ଜାତି ଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ବର୍ତ୍ତମାନ ର ବିଧାୟକ ପଦ୍ମନାଭ ବେହେରା ଏଠାରୁ ଲଗାତାର ଭାବେ ବିଜୟୀ ହେଉଛନ୍ତି । ତେଣୁ ଉକ୍ତ ଆସନ ବିଜେଡି ପାଇଁ ବେଶ ସୁରକ୍ଷିତ ଥିବା ଜଣା ପଡୁଥିବl ବେଳେ ଏଠାରୁ ବିଧାୟକ ପଦ୍ମନାଭ ବେହେରା ଙ୍କ ସମେତ ବର୍ତ୍ତମାନ ର ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମଧ୍ୟ ଆଶାୟୀ ଅଛନ୍ତି । ତେବେ ନାରାୟଣ ଲୁହା ଙ୍କ ସମର୍ଥନ ରେ ଶୁକ୍ରବାର ବାହାରିଥିବା ଉକ୍ତ ବାଇକ ଶୋଭାଯାତ୍ରା ଯୋଗୁଁ ଏବେ ଏହା ବିଜେଡି ଟିକେଟ ପାଇଁ ନାରାୟଣ ଙ୍କ ଶକ୍ତି ପ୍ରଦର୍ଶନ ବୋଲି ସାଧାରଣରେ ଆଲୋଚନା ହେଉଛି ।