Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଇମୁରା ଅଞ୍ଚଳରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ତାଲିମ ଓ ପ୍ରରୀକ୍ଷଣ ଶିବିର

ସମ୍ବଲପୁର,(ଲଇମୁରା)ତା.୧୬।୦୩: ସମନ୍ୱୀତ ୱାଡି ପ୍ରକଳ୍ପ ଲଇମୁରା ପକ୍ଷରୁ ନାବାର୍ଡର ସହାୟତା ଓ ସାର୍କର ପରିଚାଳନାରେ ଆଜି ପାରକୋଷି ପଞ୍ଚୟାତର ରୁକୁଡା ଓ ଡୁରିଜଙ୍ଗଲ ଠାରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ତାଲିମ ଓ ପରୀକ୍ଷଣ ଶବିର ଅନୁଷ୍ଠିତ ହୋଇଯାଇଛି।
ଆୟୋଜିତ ୨ଟି ଶିବିରରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟର ଗୁରୁତ୍ୱ ଉପରେ ଜନ ସଚେତନତା ସୃଷ୍ଟି କରାଯିବା ସହିତ ୧ ଶହରୁ ଉର୍ଦ୍ଧ୍ବ ବିଭିନ୍ନ ପିଡିତ ରୋଗୀ ମାନଙ୍କୁ ପରୀକ୍ଷା କରାଯାଇ ନିଶୁକ୍ଲ ଔଷଧ ଦିଆଯାଇଥିଲା। ପ୍ରାରମ୍ଭରେ ସାର୍କର ସଂପାଦକ ଅଶୋକ କୁମାର ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଦେଶ୍ଯ ସଂପର୍କରେ ଆଲୋକପାତ କରିଥିଲେ।ଚିକିତ୍ସକ ଡା.ରାଜାରାମ ଷଡଙ୍ଗୀ ଓ ତାଲିମ ପ୍ରଶିକ୍ଷିକ ଜୀବର୍ଦ୍ଦନ କ୍ଷେତୀ ଶିବିରରେ ତାଲିମ ପ୍ରଦାନ କରି ସୁସ୍ଥ୍ୟ ଜୀବନ ଶୈଳୀ ଉପରେ ବୁଝାଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଡା.ଷଡଙ୍ଗୀ ସ୍ୱାସ୍ଥ୍ୟ ପରୀକ୍ଷା କରି ନିଶୁକ୍ଲ ଔଷଧ ବଣ୍ଟନ କରିଥିଲେ। ଆୟୋଜିତ ଶିବିରକୁ ପ୍ରକଳ୍ପ ଯୋଜନା ପ୍ରବନ୍ଧକ ଲୋକନାଥ କଉଡି,ପ୍ରକଳ୍ପ ସଂଯୋଜକ ସୁରେନ୍ଦ୍ର ଭୋଇ, ଭିଏଲ୍ଲୁ ବିକାଶ ରଞ୍ଜନ ଭୋଇ ପରିଚାଳନା କରିଥିଲେ ।