Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାଗଦୋ ଓ ଲୁଢର ଠାରେ ସ୍ୱାସ୍ଥ୍ୟ ଶିବିର

ସମ୍ବଲପୁର,(ଲଇମୁରା)ତା.୧୬।୦୩: ସମନ୍ୱୀତ ୱାଡି ପ୍ରକଳ୍ପ ଲଇମୁରା ପକ୍ଷରୁ ନାବାର୍ଡର ସହାୟତା ଓ ସାର୍କର ପରିଚାଳନାରେ ଆଜି ଲଇମୁରା ପଞ୍ଚୟାତର ନାଗଦୋ ଓ ଡିମିରିକୁଦା ପଞ୍ଚାୟତର ଲୁଢ଼ର ଠାରେ ସର୍ବସାଧାରଣ ପାଇଁ ୨ଟି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।
ଆୟୋଜିତ ୨ଟି ଶିବିରରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟର ଗୁରୁତ୍ୱ ଉପରେ ଜନ ସଚେତନତା ସୃଷ୍ଟି କରାଯିବା ସହିତ ୧ ଶହରୁ ଉର୍ଦ୍ଧ୍ବ ବିଭିନ୍ନ ପିଡିତ ରୋଗୀ ମାନଙ୍କୁ ପରୀକ୍ଷା କରାଯାଇ ନିଶୁକ୍ଲ ଔଷଧ ଦିଆଯାଇଥିଲା। ପ୍ରାରମ୍ଭରେ ସାର୍କର ସଂପାଦକ ଅଶୋକ କୁମାର ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଦେଶ୍ଯ ସଂପର୍କରେ ଆଲୋକପାତ କରିଥିଲେ।ଚିକିତ୍ସକ ଡା.ରାଜାରାମ ଷଡଙ୍ଗୀ ବିଭିନ୍ନ ରୋଗରେ ପିଡିତ ଲୋକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ନିଶୁକ୍ଲ ଔଷଧ ବଣ୍ଟନ କରିଥିଲେ। ଏଥିରେ ଜୀବର୍ଦ୍ଧନ କ୍ଷେତି ସହଯୋଗ କରିଥିଲେ।ଆୟୋଜିତ ଶିବିରକୁ ପ୍ରକଳ୍ପ ଯୋଜନା ପ୍ରବନ୍ଧକ ଲୋକନାଥ କଉଡି,ପ୍ରକଳ୍ପ ସଂଯୋଜକ ସୁରେନ୍ଦ୍ର ଭୋଇ, ଭିଏଲଡବ୍ଲୁ କ୍ଷମା ସାଗର ସାମଲ ଓ ବିକାଶ ରଞ୍ଜନ ଭୋଇ ପରିଚାଳନା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ