Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୭୫ ବର୍ଷରେ ଭୁବନେଶ୍ୱର

ଭୁବ‌ନେଶ୍ବର: ୭୫ ବର୍ଷରେ ପଦାର୍ପଣ କରିଛି ରାଜଧାନୀ ଭୁବନେଶ୍ୱର। ସହର ଭିତରେ ମାଳ ମାଳ ମନ୍ଦିର । ସେଥିପାଇଁ ରାଜଧାନୀ ଭୁବନେଶ୍ବର ମନ୍ଦିର ମାଳିନୀ ସହର ଭାବେ ସ୍ବତନ୍ତ୍ର ପରିଚିତି ଲାଭ କରିଛି। ୭୫ ବର୍ଷ ପୂର୍ବର ରାଜଧାନୀ ଆଉ ଏବେର ରାଜଧାନୀ ମଧ୍ୟରେ ରହିଛି ଆକାଶ ପାତାଳର ଫରକ। ବଦଳିଯାଇଛି ରାଜଧାନୀର ରୂପରେଖ। ଏହା ଭିତରେ ଅନେକ ଖ୍ୟାତି ଅର୍ଜନ କରିଛି ଭୁବନେଶ୍ବର।

୧୯୪୮ ମସିହା ଏପ୍ରିଲ ୧୩ରେ ଓଡ଼ିଶାର ରାଜଧାନୀ ଭାବେ ଭୁବନେଶ୍ବରକୁ ମିଳିଥିଲା ସ୍ବୀକୃତି । ମାତ୍ର ୧୫ ହଜାର ଲୋକଙ୍କୁ ନେଇ ଆରମ୍ଭ ହୋଇଥିଲା ରାଜଧାନୀର ଯାତ୍ରା। ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଦ୍ବାରା ଏହାର ପ୍ରତିଷ୍ଠା କରାଯାଇଥିଲା। ଏହାର ୧୦ବର୍ଷ ମଧ୍ୟରେ ଜନସଂଖ୍ୟା ୪୦ ହଜାରକୁ ବୃଦ୍ଧି ପାଇଥିଲା। କେବଳ ସେତିକି ନୁହେଁ ରାଜଧାନୀର କ୍ଷେତ୍ରଫଳ ମଧ୍ୟ ୧୩୨ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଥିଲା ।

ସମୟ ସହିତ ତାଳ ଦେଇ ଆଗକୁ ବଢିବାରେ ଲାଗିଛି ରାଜଧାନୀ ଭୁବନେଶ୍ବର। ବଦଳିଛି ଲୋକଙ୍କ ଜୀବନଶୈଳୀ। ଭୁବନେଶ୍ୱର ଭିତରେ ଗଢିଉଠିଛି ଅନେକ କୋଠାବାଡ଼ି, ରାସ୍ତାଘାଟ, ହସ୍ପିଟାଲ୍, ଶିକ୍ଷାନୁଷ୍ଠାନ। ଏବେ ଦେଶର ଅନ୍ୟତମ ବ୍ୟସ୍ତବହୁଳ ସହର ହେଉଛି ଭୁବନେଶ୍ୱର ।

ବିକାଶ ପଥରେ ଆଗେଇ ଚାଲିଛି ରାଜଧାନୀ ଭୁବନେଶ୍ବର। ୧ ନମ୍ବର ସ୍ମାର୍ଟ ସିଟିର ମାନ୍ୟତା ମଧ୍ୟ ହାସଲ କରିଛି। କଳିଙ୍ଗ ଷ୍ଟାଡିୟମରେ ଦୁଇ ଦୁଇ ଥର ସଫଳତାର ସହ ହକି ବିଶ୍ୱକପ ଅନୁଷ୍ଠିତ ହୋଇଛି । ଏଥିପାଇଁ କେବଳ ଦେଶରେ ନୁହେଁ, ଏବେ ସାରାବିଶ୍ୱରେ ଭୁବନେଶ୍ୱରକୁ ନେଇ ଚର୍ଚ୍ଚା ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ