Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାହାକୁ ମିଳିବ ଟିକେଟ କିଏ ଆରମ୍ଭ କରିବ ସଭା ତାକୁ ନେଇ ଚିନ୍ତାରେ ବିଜେପି ଓ ବିଜେଡ଼ି।

ହାଟଡିହି କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ନିର୍ବାଚନ ମଣ୍ଡଳୀରୁ ପୂର୍ବ ଥର ବିଜୁ ଜନତା ଦଳର ବିପୁଳ ବିଜୟ ହୋଇଥିବା ବେଳେ ଏଥର କିନ୍ତୁ ଦେଖିବାକୁ ମିଳୁଛି କିଛି ରୋଚକ ତଥ୍ୟ ଯାହାକୁ ନେଇ ରାଜନୀତି ପାଣିପାଗ ଗୋଳିଆ ହେବାର ଆଶଙ୍କା କରାଯାଉଛି। ସୂଚନା ଅନୁଯାୟୀ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମେଣ୍ଟ ପ୍ରସଙ୍ଗରେ ବିଜୁ ଜନତା ଦଳର ନେତା ଏବେ ସଭା ସମିତି ବୈଠକ କରିବାକୁ ପ୍ରସ୍ତୁତି ଆରମ୍ଭ କରିନଥିବା ବେଳେ ବିଜେପି ନେତା ମାନେ କେବଳ କେନ୍ଦ୍ର ସରକାର ଙ୍କ ଯୋଜନା ଲୋକଙ୍କୁ ବୁଝାଉ ଥିବା ଦେଖିବାକୁ ମିଳୁଛି। ଯାହାକି ପୂର୍ବରୁ ବିଜେପି ସଂଗଠନ କୁ ସକ୍ରିୟ କରି ଥିବା ଆଲୋକ ସେଠୀ ଙ୍କ ସ୍ଥାନ ରେ ନୂଆ କରି ବିଜେପି ରେ ସାମିଲ ହୋଇଥିବା ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ର ଜଣେ ମହିଳା ମଧ୍ୟ ଫୁଲ ଯୋସ୍ ରେ ବିଜେପି ରୁ ଟିକେଟ ନେବାକୁ ଜୋର୍ ଧରିଛନ୍ତି।
ସେହି ପରି କଂଗ୍ରେସ ଦଳ ପକ୍ଷରୁ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ମଧ୍ୟ ନିଜର ପ୍ରାଣ ମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି, ଯାହାକୁ ନେଇ ପୁଅ ମନୋଜ କୁମାର ଜେନା ଯୁବ ବର୍ଗ ଙ୍କୁ ଆଗକୁ ଯିବାକୁ ସାହସ ଦେଉଥିବା ବେଳେ ବାପା ଜୟଦେବ ସବୁ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେହି ପରି ବିଜୁ ଜନତା ଦଳର ବହୁ ଆଶାୟୀ ପ୍ରାର୍ଥୀ ରହି ଥିବାରୁ ପୂର୍ବତନ ବିଧାୟକ ଭାଗିରଥି ସେଠୀ ମଧ୍ୟ ନିଜେ କୌଣସି ସଭା ସମିତି କରି ଦଳ କୁ ନିର୍ବାଚନୀ ମଇଦାନ ପାର କରିବେ ନା ନୂଆ ପାର୍ଥି ଙ୍କ ରିଙ୍ଗ ମାଷ୍ଟର ହେବେ ତାକୁ ନେଇ ଦଳ ର କର୍ମୀ ଚିନ୍ତାରେ। କିନ୍ତୁ ଭୋଟ ର ଏଥର ପୁରୁଣା ନେତା ଙ୍କୁ ବାଦ୍ ଦେଇ ନୂଆ ଯୁବ ନେତା ବାଛିବା କୁ ଇଚ୍ଛା ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି। ସେଥିପାଇଁ ସବୁ ଦଳର ପ୍ରସ୍ତୁତି ଆରମ୍ଭ ହୋଇଥିଲା ବେଳେ ବିଜୁ ଜନତା ଦଳପକ୍ଷରୁ ସଂସପେନ୍ସ ହିଁ ବିଜୁ କର୍ମୀ ଙ୍କୁ ଚିନ୍ତାରେ ପକାଇଛି। ଏହି ପଞ୍ଚାୟତ ନିର୍ବାଚନ ପର ଠାରୁ ସବୁ ପଞ୍ଚାୟତ ସ୍ଥରରେ ବିଜୁ ଜନତା ଦଳର ଦୁଇଟି ଲେଖାଏଁ ଦଳ ଆରମ୍ଭ ହୋଇଥିବାରୁ କିଏ ଏପରି ସ୍ଥିତି ରେ ମ୍ୟାନେଜ କରିବ ଦଳ ତାଙ୍କୁ ହିଁ ଚୟନ କରିବ ବୋଲି ଆଶା ପ୍ରକଟ କରାଯାଉଛି। ତାହା ଛଡା ରାଜନୀତି ରେ ଦକ୍ଷ୍ୟ ଓ ବିରୋଧୀ ଙ୍କୁ ଜବାବ ଦେବାକୁ ଉପଯୁକ୍ତ ଢଙ୍ଗ ରେ ନିର୍ବାଚନୀ ଗୋଟି ଚଳାଇବାକୁ ଦଳ ର ପଦ ପଦବୀ ରେ ଥିବା ନେତାଙ୍କୁ ଶଙ୍ଖ ଭବନ ରୁ ଡାକରା ଆସିବ ପର୍ଯ୍ୟନ୍ତ କିଛି ନେତା ରାଜଧାନୀ ରେ ଡେରା ପକାଇଥିବା ଶୁଣିବାକୁ ମିଳୁଛି । ଅପେକ୍ଷା କାହାକୁ ମିଳୁଛି ଗ୍ରୀନ ସିଗ ନାଲ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ