Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରସନ୍ନ ଆଚାର୍ଯ୍ୟଙ୍କ ସହ କଥା ହୋଇ ସ୍ୱାସ୍ଥ୍ଯବସ୍ଥା କଥା ବୁଝିଲେ ଛତିଶଗଡ ରାଜ୍ୟପାଳ

ସମ୍ବଲପୁର:ପଶ୍ଚିମ ଓଡିଶାର ବିଚକ୍ଷଣ ନେତା ପ୍ରଶନ୍ନ ଆଚାର୍ଯ୍ୟ ସ୍ୱାସ୍ଥ୍ୟବସ୍ଥାରେ ଦିନକୁ ଦିନ ଅଗ୍ରଗତି ହେବାରେ ଲାଗିଛି। ଆକସ୍ମିକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଅଗ୍ରଧାଡିର ଉପସଭାପତି ଶ୍ରୀଆଚାର୍ଯ୍ୟ ଚିକିତ୍ସିତ ହେଉଛନ୍ତି I ସେଠାରେ ଅଭିଜ୍ଞ ଡାକ୍ତର ମାନଙ୍କ ତତ୍ତ୍ଵାବଧାନରେ ଚିକିତ୍ସା ଚାଲିଛି I ଆଜି ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଟେଲିଫୋନ ଯୋଗେ ଶ୍ରୀ ଆଚାର୍ଯ୍ୟଙ୍କ ସହ କଥା ହୋଇ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି I ଶ୍ରୀ ଆଚାର୍ଯ୍ୟଙ୍କ ସ୍ଵାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଥିବା ବେଳେ ଆସନ୍ତାକାଲି ତାଙ୍କର ପ୍ଲାଷ୍ଟିକ ସର୍ଜରୀ ହେବ। ଏଠାରେ ସୂଚନା ଯୋଗ୍ୟଯେ ଏହି ସଡକ ଦୂର୍ଘଟଣାରେ ଶ୍ରୀ ଆଚାର୍ଯ୍ୟ ଓ ତାଙ୍କ ପିଏସଓ ଭୟାଭୟ ଦୂର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।ତେବେ ଏହାକୁ ଏକ ଆକସ୍ମିକ ଦୂର୍ଘଟଣା କହି ହାଲୁକା ଭାବେ ଗ୍ରହଣ ନକରି ମେଡିକାଲ କାମରେ ଅକ୍ସିଜେନ ଧରି ଯାଉଥିବା ଟ୍ୟାଙ୍କର ଗାଡିର ଅସଲ ନମ୍ବର ପ୍ଲେଟ,ଡ୍ରାଇଭର ର ପୁର୍ବ କାର୍ଯ୍ୟକଳାପ, ଅସଲ ଗାଡି ମାଲିକ କିଏ ଓ ଅକ୍ସିଜେନ୍ ନେଇ ଯାଉଥିବା ଗାଡିର ସମସ୍ତ କାଗଜ ପତ୍ର ଠିକ୍ ଅଛିତ ?ପୁଣି ରାସ୍ତା ନିର୍ମାଣ ଚାଲିଥିବା ବେଳେ ଗାଡିତ ଗତି ନେଇ ରାସ୍ତା ଉପରେ ସୂଚନା ରହିଥିଲାକି ନାହିଁ ? ସାମନା ପଟୁ ଏକ ଗାଡି ଆସୁଥିବା ଦେଖିବି କିଭଳି ଅକ୍ସିଜେନ ଧରି ଆସୁଥିବା ଗାଡି ନିଜର ତିବ୍ର ଗତିକୁ ରୋକି ନଥିଲା ? ପୁଣି ଏକ ଗାଡି ସାମନାରେ ମେଡିକାଲ ବୋଲି ଲେଖା ଯାଇଛି। ଏହା ଜଣେ ବେସରକାରି ଗାଡି ମାଲିକ ଲେଖି ପାରିବକି? ଏଭଳି ଅନେକ ଅସମାହିତ ପ୍ରଶ୍ନ ରହିଛି ତାକୁ ପୋଲିସ ଅଣଦେଖା ନକରି ଏକ ନିରପେକ୍ଷ ତଦନ୍ତ ରିପୋର୍ଟ ଦେବା ସହ ଏହି ସବୁ ଦିଗ ପ୍ରତି ଜତ୍ନଶୀଳ ହେବ ବୋଲି ପ୍ରଶନ୍ନ ଆଚାର୍ଯ୍ୟଙ୍କ ସମର୍ଥକ ମହଳରେ ଆଶା ପ୍ରକଟ କରାଯାଇଛି।ପ୍ରଶନ୍ନଙ୍କ ଏଭଳି ଆକସ୍ମିକ ଦୂର୍ଘଟଣାରେ ଆଶୁ ଆରୋଗ୍ୟ କାମନା ପାଇଁ ତାଙ୍କ ସମର୍ଥକ ମାନଙ୍କ ମଧ୍ୟରେ ଯେଭଳି ପୂଜାର୍ଚନା ଚାଲିଛି ତାହା ସମଗ୍ର ଓଡିଶାରେ ଏକ ବିରଳ ଭଲ ପାଇବାର ସ୍ମୃତି ହୋଇ ରହିଯିବ।