Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୀମସାର:ସମସ୍ୟାର ସମାଧାନ ପାଇଁ ନାଗରୀକ କମିଟିର ପ୍ରୟାସ

ସମ୍ବଲପୁର(ବୁର୍ଲା):ବୁର୍ଲା ନାଗରିକ କମିଟିର ଏକ ପ୍ରତିନିଧି ଦଳ ଭିମସାର ନିର୍ଦ୍ଦେଶକଙ୍କ ପ୍ରକୋଷ୍ଠରେ ନିର୍ଦ୍ଦେଶକ ଓ ଅଧ୍ୟକ୍ଷଙ୍କୁ ସାକ୍ଷାତ କରି ଭିମସାର ମେଡିକାଲ ର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବୁର୍ଲା ନାଗରିକ କମିଟି ପକ୍ଷରୁ ପ୍ରଫୁଲ୍ଲ ନାଏକ,ଲକ୍ଷ୍ମୀଧର ମହାନ୍ତି, ନିହାଲ ସିଂ ଙ୍କ ନେତୃତ୍ବରେ ଭିମସାର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଭାବଗ୍ରାହୀ ରଥ ଓ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ପ୍ରଦିପ କୁମାର ମହାନ୍ତିଙ୍କୁ ପ୍ରଥମେ ଭିମସାର ନିର୍ଦ୍ଦେଶକ ପ୍ରକୋଷ୍ଠରେ ସାକ୍ଷାତ କରାଯାଇ ପୁଷ୍ପଗୁଚ୍ଛ ଦେଇ
ସ୍ୱ।ଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପରେ ଭିମସାର ନେଫ୍ରୋଲଜି ବିଭାଗରେ ମ୍ୟାନେଜର ଓ ସହ ମ୍ୟାନେଜର ପଦ ସୃଷ୍ଟି ପାଇଁ ଭିମସାର କର୍ତ୍ତୁପକ୍ଷ ରାଜ୍ୟ ସରକାରଙ୍କୁ ଜଣାଇବା ସହ ଏନେଇ ଯଥାଶୀଘ୍ର ବ୍ୟବସ୍ଥା କରିବାକୁ ଦାବି କରାଯାଇଛି। ଏଥିସହ ନେଫ୍ରୋଲଜି ବିଭାଗକୁ ଯାଇ ଡାକ୍ତର ସୈ।ରଭ ସୃଷ୍ଟି ଙ୍କ ସହ ସାକ୍ଷାତ କରି ରୋଗୀସେବାକୁ ପ୍ରାଧାନ୍ୟ ଦେଉଥିବାରୁ ତାଙ୍କୁ ଧନ୍ୟବାଦ ଦିଆଯାଇଥିଲା। ଏହି ନାଗରିକ କମିଟି ସହ ଅନ୍ୟ ମାନଙ୍କମଧ୍ୟରେ ଧିରୁ ନିଖଣ୍ଡିଆ,ନବ ରାଉତ,ଭାଗିରଥି ପଣ୍ଡା,ଅମିନ ମହାନନ୍ଦ, ସତ୍ୟନାରାୟଣ ମାହାର, ପ୍ରବିଣ ନାଗ, ଆନନ୍ଦ କାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ