ସମ୍ବଲପୁର:ସମ୍ବଲପୁରର ନାଟ୍ୟ ଅନୁଷ୍ଠାନ ମାନଙ୍କୁ ନେଇ ପ୍ରତିଷ୍ଠିତ “ନାଟନାଟୁଆ” ବିଗତ ବର୍ଷ ମାନଙ୍କ ପରି ଏହି ବର୍ଷ ମଧ୍ୟ ଆସନ୍ତା ମାର୍ଚ୍ଚ ୨୭ ତାରିଖ ଦିନ ବିଶ୍ୱ ନାଟ୍ୟ ଦିବସ ମହାସମାରୋହ ରେ ପାଳନ କରିବାକୁ ଯାଉଛି l ଏଥି ପାଇଁ ଇତିମଧ୍ୟରେ ଏକ ପ୍ରସ୍ତୁତି ବୈଠକ ସମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ବର୍ଷ ଜିଲ୍ଲା ସାମ୍ବାଦିକ ସଙ୍ଘ ର ମିଳିତ ସହଯୋଗ ରେ ବିଶ୍ୱ ନାଟ୍ୟ ପାଳନ କରିବାକୁ ସ୍ଥିର ହୋଇଥିବା ବେଳେ ୨୭ ମାର୍ଚ୍ଚ ଦିନ ପୂର୍ବାହ୍ନ ରେ ସାମ୍ବାଦିକ ଭବନ ଠାରେ ଏହି ନାଟ୍ୟକର୍ମୀ ମାନଙ୍କ ପାଇଁ ବିଶେଷ ଦିବସ ବିଶ୍ୱ ନାଟ୍ୟ ଦିବସ ଆୟୋଜନ କରାଯିବ l
ଏହି ଅବସରରେ ବିଶିଷ୍ଟ ନାଟ୍ୟବିଭୁତି ଉମେଶ ପ୍ରସାଦ ରଥ ଙ୍କୁ ନାଟକ କ୍ଷେତ୍ର ରେ ତାଙ୍କର ବିଶେଷ ଅବଦାନ ପାଇଁ “ନାଟ୍ୟ ଭବଭୁତି ସମ୍ମାନ” ରେ ସମ୍ମାନିତ କରାଯିବ ଓ ଆବାହ ସଂଗୀତ ଦେଇ ନାଟକ କୁ ସଫଳ କରିଆସିଥିବା ତାରସେହେନାଇ ବାଦକ ଦଶରଥ ମେହେର ଙ୍କୁ “ନାଟନାଟୁଆ ସମ୍ମାନ” ରେ ସମ୍ମାନିତ କରାଯିବ ବୋଲି ନାଟନାଟୁଆ ର ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ,ଯୁଗ୍ମ ସଂଯୋଜକ ଅତିଶ ଶତପଥି ଓ ବିରୁପାକ୍ଷ ପ୍ରଧାନ ଏକ ପ୍ରେସ ବିବୃତ୍ତି ରେ ସୂଚନା ପ୍ରଦାନ କରିଛନ୍ତି l
ନାଟ୍ୟ ଭବଭୁତି ସମ୍ମାନ ଉମେଶ ପ୍ରସାଦ ରଥ,ନାଟନାଟୁଆ ସମ୍ନାନରେ ସମ୍ମାନିତ ହେବେ ଦଶରଥ ମେହେର
