Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରସନ୍ନ ଆଚାର୍ଯ୍ୟଙ୍କ ହେଲା ପ୍ଲାଷ୍ଟିକ ସର୍ଜରୀ,ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି

ସମ୍ବଲପୁର: ଆକସ୍ମିକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ରାଜଧାନୀ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବୁଧବାର ପ୍ଲାଷ୍ଟିକ ସର୍ଜରୀ ସଫଳ ଭାବେ ସମ୍ପାଦିତ ହୋଇଛି I ଏସ. ସି. ବି. ମେଡିକାଲ କଲେଜର ପ୍ଲାଷ୍ଟିକ ସର୍ଜରୀ ବିଭାଗୀୟ ମୁଖ୍ୟ ଡ଼ଃ ବିଭୁତି ନାୟକ, ବିଭାଗୀୟ ମୁଖ୍ୟ ଅପୋଲୋ ହସ୍ପିଟାଲ ଡ଼ଃ ଏଲ. କେ. ମିଶ୍ର, ଏଲ. ବି. ପ୍ରସାଦ ଚକ୍ଷୁ ବିଭାଗ ବିଭାଗୀୟ ମୁଖ୍ୟ ଡ଼ଃ ସମୀର ମହାପାତ୍ର, ଅପୋଲୋ ହସ୍ପିଟାଲ ବିଭାଗୀୟ ମୁଖ୍ୟ ଡ଼ଃ ପି. କେ. ଦୀପା ଏବଂ ସ୍ନାୟୁ ଚିକିତ୍ସକ ଡ଼ଃ ଦେବରାଜ ବିଶ୍ୱାଳ ଙ୍କ ପରି ଅଭିଜ୍ଞ ଡାକ୍ତର ମାନଙ୍କ ତତ୍ୱାବଧାନରେ ଶ୍ରୀ ଆଚାର୍ଯ୍ୟ ଙ୍କ ସଫଳ ଅସ୍ତ୍ରୋପଚାର କରାଯାଇଥିବା ଜଣାଯାଇଛି I ଶ୍ରୀ ଆଚାର୍ଯ୍ୟଙ୍କ ସ୍ଵାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଥିବାବେଳେ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ର ଗ୍ରାମ ଗୁକିକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କ ଆଶୁ ଆରୋଗ୍ୟ କାମନା କରି ମନ୍ଦିର ଗୁଡିକରେ ପୁଜା ପାଠ, ଦୀପ ପ୍ରଜ୍ବଳନ ଆଦି କରାଯାଉଛି I ଖୁବ୍ ଶୀଘ୍ର ଶ୍ରୀ ଆଚାର୍ଯ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପୁନଶ୍ଚ ଲୋକଙ୍କ ସେବା କାର୍ଯ୍ୟ ରେ ସମର୍ପିତ ହେବେ ବୋଲି ତାଙ୍କ ସମର୍ଥକ ତଥା ଶୁଭେଛୁ ଆଶା ପ୍ରକାଶ କରିଛନ୍ତି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ