Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରର କୁନି ଝିଅ ସାଜିଲେ ଛତିଶଗଡର କିଡ୍ ଷ୍ଟାର

ସମ୍ବଲପୁର:ଛତିଶଗଡ଼ ଠାରେ ଚମକିଲେ ସମ୍ବଲପୁର ର କୁନି ପ୍ରତିଭା l ସମ୍ବଲପୁର ସହର ର ଧନୁପାଲୀ ଅଞ୍ଚଳର ସିଦ୍ଧି ସମ୍ପୂର୍ଣ୍ଣା ନାୟକ ଛତିଶଗଡ଼ ର ରାଜଧାନୀ ରାୟପୁର ଠାରେ ଅନୁଷ୍ଠିତ ଷ୍ଟାର ଫେସ ଅଫ୍ ଛତିଶଗଡ ଫେସନ ସୋ ରେ ବେଶ ଉଚ୍ଚ କୋଟିର ପ୍ରତିଭା ପରିବେଷଣ କରି ୱିନର ହୋଇ କିଡ୍ ଷ୍ଟାର ଫେସ ଅଫ୍ ଛତିଶଗଡ ଟାଇଟଲ ହାସଲ କରିଛନ୍ତିlସିଦ୍ଧି ହେଉଛନ୍ତି ଧନୁପାଲି ଅଞ୍ଚଳର ସାମ୍ବାଦିକ ଚୈତନ୍ୟ ନାୟକ ଏବଂ ବିନ୍ଦିଆରାନୀ ନାୟକଙ୍କ ଝିଅ। ସିଦ୍ଧି ସମ୍ପୁର୍ଣ୍ଣା ନାୟକ ଛୋଟବେଳୁ ଡେନ୍ସ, ମଡେଲିଂ ରେ ଆଗ୍ରହ ରଖି ଗୁରୁ ସେହେବାଜ ଖାନ ଙ୍କ ଠାରେ ମଡେଲିଂ ର ପ୍ରଶିକ୍ଷଣ ନେଉଛନ୍ତି l ଛତିଶଗଡ଼ର ରାୟପୁର ଠାରେ ଅନୁଷ୍ଠିତ ହୋଟେଲ
ଗ୍ରାଣ୍ଡ ଅର୍ଜୁନ ଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମୋଟ ତିନୋଟି ରାଉଣ୍ଡ ସହ ପ୍ରଶ୍ନ ଉତ୍ତର ରାଉଣ୍ଡ ମଧ୍ୟ ହୋଇଥିଲା l ପ୍ରଥମ ରାଉଣ୍ଡ ଟି ପ୍ରତିଭା ରାଉଣ୍ଡ ଯେଉଁଥିରେ ସମ୍ବଲପୁରୀ ନାଚ ପ୍ରଦର୍ଶନ କରିଥିଲେ ସିଦ୍ଧି ଦ୍ବିତୀୟ ରାଉଣ୍ଡ ରେ ବଲିଉଡ଼ ୱାଲକ୍ ରାଉଣ୍ଡ ଥିଲା ଏବଂ ଶେଷରେ ୱେଷ୍ଟର୍ଣ୍ଣ ରାଉଣ୍ଡ ୱାଲକ୍ ଥିଲା ।ଉଭୟ ରାଉଣ୍ଡରେ ସିଦ୍ଧି ସମ୍ପୂର୍ଣ୍ଣା ଭଳ ପ୍ରଦର୍ଶନ କରି ଏହି ଟାଇଟଲ ଜିତିବା ସହ ସମ୍ବଲପୁର ପାଇଁ ଗର୍ବ ତଥା ଗୌରବ ଆଣି ପାରିଛନ୍ତି । ଏହି ପ୍ରତିଯୋଗିତା ରେ ଛତିଶଗଡ଼ି ଚାହତ ସିନେମାର ହିରୋ ଏବଂ ହିରୋଇନ ଅlକାଶ ସୋନି ଏବଂ ୟସମିନ ଯଶୱାଲ ସେଲିବ୍ରିଟି ଗେଷ୍ଟ ଭାବେ ଯୋଗଦେଇଥିବା ବେଳେ ଛତିଶଗଡି ଫିଲ୍ମ ଲେଖକ ତଥା ନିର୍ଦେଶକ ରାଜା ଖାନ,ପ୍ରଯୋଜକ ଓ ଅଭିନେତା ରିଙ୍କୁ ରାଜା,ଏବଂୟୁକୁବ୍ ଖାଁ, ବଂଶୀ ଅଗ୍ରୱାଲ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ l ଏହାକୁ ଛତିଶଗଡ଼ର ମମତା ପଟେଲ ଏବଂ ଗ୍ରୁପ ଆୟୋଜନ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ