Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କରାମାଡ: ବ୍ୟାପକ ଫସଲ ନଷ୍ଟ

ସମ୍ବଲପୁର (ଗୌଡ଼ପାଲି): କାଳବୈଶାଖୀ ବର୍ଷା ଯୋଗୁଁ ଅନେକ ସ୍ଥାନରେ କରାମାଡ ହୋଇଥିଲା। ଏଥିଯୋଗୁଁ ବିଭିନ୍ନ ଗ୍ରାମରେ ଫସଲ ହାନୀ ହୋଇଥିବାର ସୂଚନା ମିଳିଛି। ତେବେ ଜମନକିରା ବ୍ଲକ ଖର୍ସନମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କାଣିବନ୍ଧଲି ଗ୍ରାମରେ ନିତ୍ୟାନନ୍ଦ ପଧାନଙ୍କ ଟମାଟୋ ଚାଷ କରାମାଡ଼ରେ ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇଥିବାର ସୂଚନା ମିଳିଛି। ଏହା ଛଡ଼ା ଗ୍ରାମର ପବିତ୍ର ଖମାରୀ, ନିର୍ମଳ ପଧାନ, ପ୍ରଦୀପ ପଧାନ, ଡୋଲାମଣି ପଧାନ, ଶଙ୍କର ପଧାନ, କିଶୋର ପଧାନ, ଭକ୍ତ ପଧାନ, ଅଶୋକ ସାହୁ, ରଘୁନନ୍ଦନ ସାହୁ, ଲୋକନାଥ ସାହୁ ଓ ଶ୍ରୀତମ ସାହୁଙ୍କର ବିଭିନ୍ନ ପନିପରିବା ଚାଷ କରାମାଡରେ ନଷ୍ଟ ହୋଇଅଛି। ଏନେଇ ଉପରୋକ୍ତ ଚାଷୀମାନେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିବା ପରେ ଚାଷୀମାନଙ୍କ ଚାଷ ନଷ୍ଟ ଦେଖିବା ପାଇଁ ସଂପୃକ୍ତ ଅଧିକାରୀ ଆସି କ୍ଷୟକ୍ଷତି ଆକଳନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ