ସମ୍ବଲପୁର:ରାଜନୀତିରେ ଡାକ୍ତର ଦାମୋଦର ରାଉତ ଥିଲେ ଜଣେ ଅନୁଭବୀ ଓ ସ୍ପଷ୍ଟବାଦୀନେତା। ଆଜି ସକାଳ ୫.୨୩ରେ ଏକ ଘରୋଇ ହସ୍ପିଟାଲରେ ବିଜୁ ଜନତା ଦଳର ଏହି ବରିଷ୍ଠ ନେତାଙ୍କ ପରଲୋକ ଘଟିଛି । ରାଜନୀତିରେ ଏକ ଯୁଗର ଅବସାନ ଘଟିବା କଥା କୁହାଯାଉଥିବା ବେଳେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।କେନ୍ଦ୍ରମନ୍ତ୍ରୀ ‘ଦାମୋଦର ରାଉତଙ୍କ ବିୟୋଗ ଖବର ଶୁଣି ଦୁଃଖିତ ଓ ମର୍ମାହତ’ ବୋଲି ପ୍ରକାଶ କରି କଗିଛନ୍ତି ‘ଓଡ଼ିଶା ଜଣେ ସ୍ପଷ୍ଟବାଦୀ ଓ ଅନୁଭବୀ ରାଜନେତାଙ୍କୁ ହରାଇଲା’ । ଅମର ଆତ୍ମାର ସଦଗତି କାମନା ସହ ପରିବାରବର୍ଗଙ୍କୁ ସେ ସମବେଦନା ଜଣାଇଛନ୍ତି।
ସ୍ପଷ୍ଟବାଦୀ ଓ ଅନୁଭବୀ ନେତାଙ୍କୁ ହରାଇଲା ଓଡିଶା- ଧର୍ମେନ୍ଦ୍ର
