Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାମରାରେ ବନ ଖଣ୍ଡ ସ୍ତରୀୟ ବନ ଦିବସ ଉତ୍ସବ ପାଳିତ

ସମ୍ବଲପୁର: ଜିଲ୍ଲାର କୁଚିଣ୍ଡା ଉପଖଣ୍ଡରେ ଥିବା ବାମରାସ୍ଥିତ ବିଭାଗୀୟ ସଭାଗୃହରେ ଡ଼ି ଏଫ ଓ ସମୀର ସାହୁଙ୍କ ସଭାପତିତ୍ୱରେ ବିଶ୍ୱ ବନ ଦିବସ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି। ଏଥିରେ ସମ୍ବଲପୁର ସର୍କଲ ଆର ସି ସି ଏଫ ଟି ଆସିକି ସିଆଲ ଆଇ ଏଫ ଏସ ମୁଖ୍ୟ ଅତିଥି ମୁଖ୍ୟ ଅତିଥି, ବିଶିଷ୍ଟ ସମାଜସେବୀ ପ୍ରକୃତିବନ୍ଧୁ ସୁବାସ ଚନ୍ଦ୍ର ନାୟକ ମୁଖ୍ୟବକ୍ତା,ସମ୍ବଲପୁର ୱାର୍କିଙ୍ଗ ପ୍ଲାନ ଅଫିସର ଜିତେନ୍ଦ୍ର ବେହେରା, କୁଚିଣ୍ଡା କେନ୍ଦୁପତ୍ର ଡ଼ି ଏଫ ଓ ଦେବାର୍ଚନ ବେହେରା ଓ ଟି ଏଫ କଲେଜ ଅଧ୍ୟକ୍ଷ ଅଶୋକ ମେହେର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଜଙ୍ଗଲ ସୁରକ୍ଷାର ଆବଶ୍ୟକତା ଓ ଜନତାଙ୍କ କର୍ତ୍ତବ୍ୟ ସମ୍ପର୍କ ଭାଷଣ ଦେଇଥିଲେ। ସମଗ୍ର କାର୍ଯ୍ୟକ୍ରମ କୁ ଏ ସି ଏଫ ଆଲୋକ ଷଡ଼ଙ୍ଗୀ ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମସ୍ତ ଅତିଥି ଛାତ୍ର ଛାତ୍ରୀ ଙ୍କ ସହ ମିଶି କୋଡିଏ ଟି ଚାରା ରୋପଣ କରିଥିଲେ । କାର୍ଯ୍ୟକ୍ରମର ଶେଷ ଭାଗରେ ଛାତ୍ର, ଛାତ୍ରୁଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା ହୋଇ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା। ଅତତ ବ୍ୟତୀତ ବାମରା, କୁଚିଣ୍ଡା, ଜମନକିରା ଓ ଖଳାଶୁଣୀ ରେଞ୍ଜ ରା କୃତି ରେଞ୍ଜର, ଫରେଷ୍ଟର, ଫରେଷ୍ଟ ଗାଡି ଓ ଜଗୁଆଳି ମାନଙ୍କୁ ଅତିଥିଗଣ ମାନ ପତ୍ର, ଉପ ଢୌକନ ଓ ଫୁଲ ତୋଡ଼ା ଦେଇ ସମ୍ମାନିତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ