କଳାହାଣ୍ଡି, ୨୩/୦୩ (ଜଗନ୍ନାଥ ନାଏକ) : ନ୍ୟାୟ ମାଗୁଛେ ଧର୍ମଗଡ ର ନୟନ୍ ସାଗର, କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଳକ ଏନ୍.ଏ.ସି ହୋଇଛି ସତ , ସହର ବାସୀଙ୍କ ପାଇଁ ବିକାଶ ଏବଂ ଉନ୍ନତି ସାତ ସ୍ବପ୍ନ ସାଜିଛି, ଧର୍ମଗଡ଼ ସହରରେ ନୟନ ସାଗର ର ଇତିହାସ ବହୁ ପୁରୁଣା, ବର୍ତ୍ତମାନ ଦିନ କୁ ଦିନ ଏହି ନୟନ ସାଗର ଐତିହ୍ୟ ଓ ପରିଚୟ କୁ ହରାଇବାରେ ଲାଗିଛି,ରକ୍ଷଣାବେକ୍ଷଣ ଅଭାବ ଓ ସରକାରୀସ୍ତରରେ ମାଷ୍ଟରପ୍ଳାନ୍ ଅଭାବ ଯୋଗୁଁ ନୟନ୍ ସାଗର ଜଳଧାରଣ ଓ ଜଳସେଚନ କ୍ଷମତା ମଧ୍ୟ ହରାଇ ବସିଛି ଓ ଅଲିଆ ଆବର୍ଜନା କୁଣ୍ଡ ପାଲଟିଛି ଦୁର୍ଗନ୍ଧମୟରେ ଫାଟି ପଡୁଛି, ଏହାର ପୁନରୁଦ୍ଧାର ପାଇଁ ସବୁ ସ୍ତରରେ ଉଦ୍ୟମ ହେଲେ ଏହାର ଅସ୍ତିତ୍ବକୁ ପୁନର୍ଜୀବିତ କରାଯାଇପାରନ୍ତା କିନ୍ତୁ ସ୍ଥାନୀୟ ପ୍ରଶାସନ, ନେତା, ମନ୍ତ୍ରୀ ଙ୍କ ଅବହେଳା ଯୋଗୁଁ ବର୍ବାଦ ହୋଇଗଲା ନୟନ୍ ସାଗର ପୁନରୁଦ୍ଧାର ପାଇଁ ଚେଷ୍ଟା କରୁ ନାହାଁନ୍ତି କି ଯତ୍ନ ନିଆଯାଉ ନାହିଁ, ଏହା ଉପରେ ନଜର ମଧ୍ୟ ଦେଉ ନାହାଁନ୍ତି,ଦେଖି କରି ନ ଦେଖିଲା ଭଲି ଅଭିନୟ କରି ଚାଲିଛନ୍ତି ବର୍ଷ ବର୍ଷ ଧରି କି ମଜାକ ନେଉଛନ୍ତି ପ୍ରଶାସନ, କିନ୍ତୁ ଆଜି ପର୍ଯ୍ୟନ୍ତ ନୟନ ସାଗର ପୁନରୁଦ୍ଧାର ହୋଇ ପାରିଲା ନାହିଁ ୫ ବର୍ଷ ଧରି ଧର୍ମଗଡ଼ ବିଧାୟକ ମୌଷୁଧି ବାଗ ରାଜୁତି କଲେ ତାଙ୍କର ଅରୁଣ ଦୃଷ୍ଟି ମଧ୍ୟ ନୟନ ସାଗର ରେ ପଡ଼ିଲା ନା, ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି ଏହା ଗୋଟିଏ ଲଜ୍ଜ୍ୟାର କଥା,ଧର୍ମଗଡ଼ ବିଧାୟକ ମୌଷୁଧି ବାଗ ଚାହିଁଥିଲେ ସାଗର ର ପୁନରୁଦ୍ଧାର ହୋଇପାରିଥାନ୍ତା, ଏହି ନୟନ୍ ସାଗର,ସହର ବାସୀଙ୍କ ପାଇଁ ପାନୀୟଜଳ ଓ ଜଳସେଚନ ପାଇଁ ଲାଇଫ୍ ଲାଇନ୍ ପାଲଟିଥିଲା ଏହି ଜଳାଶୟ ଯାହାକି ଧର୍ମଗଡ଼ବାସୀଙ୍କ ଜୀବନ ଜୀବିକା ତଥା ସୌନ୍ଦର୍ଯ୍ୟର ଅନ୍ୟ ତମ ଆଧାର ରହିଥିଲା, ଏହାର ଅଧାରୁ ଅଧିକ ଏବେ ଜବରଦଖଲକାରୀଙ୍କ କବଜାରେ ରହିଛି,ଏବେ ନୟନ୍ ସାଗରରେ ପୁଲାପୁଲା ଗଛବୁଦା, ପଙ୍କରେ ସମାଧି ପାଲଟିଛି ପୋଖରୀ ପୋତି ହୋଇ ପଡ଼ିଥିବା ଦୃଷ୍ଟିରୁ କେତେକ ଅସାମାଜିକ ବ୍ୟକ୍ତିଙ୍କ ଲୋଲୁପ ଦୃଷ୍ଟିରେ ନୟନ୍ ସାଗରର ବହୁ ଅଞ୍ଚଳ ଜବରଦଖଲରେ ରହିଛି। କଳାହାଣ୍ଡି ର ମହାରାଜ ବ୍ରଜମୋହନ ଦେଓ ନୟନ୍ ସାଗର ଖନନ କରିଥିଲେ, ତେଣୁ ଏବେ ଧର୍ମଗଡ ଅଞ୍ଚଳ ବାସୀ ବିଧାୟକ ମୌଷୁଧି ବାଗଙ୍କୁ ଭରସା ନକରି ଭାଗ୍ୟକୁ ନିନ୍ଦିତ କରିଛନ୍ତି। ଯଦି ଏଥର ମୌଷୁଧି ବାଗ ନିର୍ବାଚନ ରେ ପ୍ରତିଦ୍ବନ୍ଦିତା କରନ୍ତି ଏହାର ଉଚିତ୍ ଜବାବ ଦେବାକୁ ଭିକ୍ଷା କରିବାକୁ ଅଣ୍ଟା ଭିଡିଛନ୍ତି ଧର୍ମଗଡ଼ ଅଞ୍ଚଳ ବାସୀ ।