Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସନ୍ଥକବି ଭୀମ ଭୋଇ ଓ ଭୀମାବାଈଙ୍କ ପରିନିର୍ବାଣ ଦିବସ

ସମ୍ବଲପୁର:ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ସାମ୍ବାଦିକ ଭବନଠାରେ ସନ୍ଥକବି ଭୀମଭୋଇ ଓ ଭୀମାବାଇଙ୍କ ପରିନିର୍ବାଣ ଦିବସ ପାଳନ କରାଯାଇଥିଲା। ପରିଷଦର ଅଧ୍ୟକ୍ଷ ନିହାଲ ସିଂ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ କ୍ଷେତ୍ରମଣି ବିଭାର ମୁଖ୍ୟ ଅତିଥି, ସମାଜସେବୀ ପ୍ରଦୀପ କୁମ୍ଭାର ସମ୍ମାନିତ ଅତିଥି , ସମ୍ବଲପୁର ବିଶ୍ଵବିଦ୍ୟାଳୟର ଏସଟି ଏସସି କର୍ମଚାରୀ ସଂଘର ଉପସଭାପତି ଶିବଶଙ୍କର ପ୍ରଧାନ ଯୋଗଦେଇଥିଲେ। ସନ୍ଥକବି ଭୀମଭୋଇ ଙ୍କ ମାନବଜାତି ତଥା ସମାଜ ପାଇଁ ଥିବା ମହତ ଉପଦେଶ ନେଇ ଆଲୋଚନା କରାଯାଇଥିଲା। ସେହିପରି ସମ୍ବିଧାନ ପ୍ରଣେତା ଭୀମାବାଇଙ୍କ ଜିବନୀ ତଥା ନିତି ଆଦର୍ଶ ନେଇ ସ୍ମୂତିଚାରଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପରିଷଦର ମହାସଚିବ ମୋମିନା ଖାତୁନ,ଗିରିଧାରୀ ଖୁରା ଙ୍କ ସମେତ ପରିଷଦର ବିଭିନ୍ନ ଅଞ୍ଚଳରୁ ଆସିଥିବା ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ