Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଅଳିଆ ପାଣିରେ ଭାଷୁଛି ଘର ଦୁଆର, ତଥାପି ଚୁପ୍ ମହାନଗର ନିଗମ

ସମ୍ବଲପୁର:ଜିଲ୍ଲା ପ୍ରଶାସନ ବିଶେଷଭାବରେ ସମ୍ବଲପୁର ମହାନଗର ନିଗମ କର୍ତ୍ତୃପକ୍ଷ ର ଖାମଖିଆଲି ମନୋଭାବ ଯୋଗୁଁ ଚାରଭାଟି ଛକ ରୁ ଗୋବିନ୍ଦତୋଳା ହରଡ଼ଜୋର ବ୍ରିଜ କଡରେ ଜମିବାରେ ଲାଗିଛି ଅଳିଆ ପାଣି l ଯଦ୍ୱାରା ବୁଡିବାରେ ଲାଗିଲାଣି କିଛି ଘର ଦୁଆର ଆଉ ଦୋକାନ ଘରେ ପଶିଲାଣି ଅଳିଆ ପାଣି,ଯାହାକି ଅତ୍ୟନ୍ତ ପରିତାପ ର ବିଷୟ ବୋଲି ବରିଷ୍ଠ ବିଜେପି ନେତା ସୂର୍ଯ୍ୟ ପାଣିଗ୍ରାହୀ ପ୍ରକାଶ କରିଛନ୍ତି l
ସୂଚନାଯୋଗ୍ୟ ଯେ ଜେଲଛକ ରୁ ଧନୁପାଲି ଛକ ଯାଏ ରାସ୍ତା ବର୍ଷେ ହେଲା ନିର୍ମାଣ ଚାଲିଛି l ଏହା ପୂର୍ବରୁ ରାସ୍ତା ର ଅପର ପାର୍ଶ୍ଵ ରୁ ଆରପଟକୁ ଅଳିଆ ଓ ବର୍ଷା ପାଣି ଏକ ଛୋଟିଆ ପୋଲ ଦେଇ ଦୀର୍ଘ 30/40 ବର୍ଷ ହେଲା ନିଷ୍କାସିତ ହେଉଥିଲା l ରାସ୍ତା ନିର୍ମାଣ ସମୟରେ ସେଇ ନାଳ ର ଗୋଟିଏ ପାର୍ଶ୍ଵ କୁ ମୁଦି ଦେଇଥିବା ଯୋଗୁଁ ଆଉ ଆରପଟ ର ପାଣି ନିଷ୍କାସିତ ହୋଇପାରୁନାହିଁ l ଯଦ୍ୱାରା ସେଇ ଅଞ୍ଚଳ ରେ ଅଳିଆ ପାଣି ଜମିଯାଉଥିବା ଯୋଗୁଁ ଅଦିନିଆ ପାଗରେ ବି ପାଣି ର ସ୍ତର ବଢିବାରେ ଲାଗିଛି, ଯାହାକି ଘର ମାନଙ୍କରେ ମଧ୍ୟ ପଶିବାର ଆରମ୍ଭ ହୋଇଗଲାଣି l
ଏହି ଅଭାବନୀୟ ପରିସ୍ଥିତି ବିଷୟରେ ଜିଲ୍ଲପାଳ ଙ୍କୁ ତଥା ସମ୍ବଲପୁର ମହାନଗର ନିଗମ କମିଶନର ମହୋଦୟ ଙ୍କୁ ଅନେକ ଦିନରୁ ଏହି ଅଂଚଳରେ କ୍ଷତିଗ୍ରସ୍ତ ଅଧିବାସୀ ଅଭିଯୋଗ କରିଥିଲେ ମଧ୍ୟ ଆଜିଯାଏ କୌଣସି ସୁଫଳ ମିଳିନଥିବା ଦୁର୍ଭାଗ୍ୟ ର ବିଷୟ ବୋଲି ଶ୍ରୀ ପାଣିଗ୍ରାହୀ ଦୁଃଖ ପ୍ରକାଶ କରିଛନ୍ତି l
ସହର ତଥା ଜିଲ୍ଲା ର ମାଲିକ ଯଦି ଅଭିଯୋଗ ପାଇଲା ପରେ ଚୁପ ରହିଲା ତାହେଲେ ଲୋକେ ଦୁଖଃ ଜଣାଇବେ କାହାକୁ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି l
ଏତେଦିନ ହେଲା ଏହି ସମ୍ବେଦନଶୀଳ ସମସ୍ୟା ର ସମାଧାନ ତ ହୋଇପାରିଲା ନାହିଁ, ତାପରେ ପୁଣି ସେହି ଅଳିଆ ନର୍ଦମା ତଥା ଦୁର୍ଗନ୍ଧମୟ ପାଣିକୁ ମୁଖ୍ୟ ରାସ୍ତା ରେ ଲୋକେ ଚଳପ୍ରଚଳ କଲା ସମୟରେ ନିଷ୍କାସିତ କରାଯାଉଛି, ଯାହାକି ଏକ ବିକୃତ ବାତାବରଣ ସୃଷ୍ଟି କରୁଛି l ଏହି ସମସ୍ୟା କୁ ଗୁରୁତ୍ୱ ର ସହ ହୃଦବୋଧ କରି ତୁରନ୍ତ ସମାଧାନ କରିବାକୁ ଏହି ଅଞ୍ଚଳବାସୀ ଙ୍କର ପକ୍ଷରୁ ଶ୍ରୀ ପାଣିଗ୍ରାହୀ ପ୍ରଶାସନ ପାଖରେ ଦାବି ଜଣାଇଛନ୍ତି l