Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୋଳ ପୂର୍ଣ୍ଣିମା ଅବସରରେ ଉଦେପଦର ରେ ଧନୁଯାତ୍ରା ମହୋତ୍ସବ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ନିକଟସ୍ଥ ଉଦେପଦର ରେ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ହେଉଥିବା ସର୍ବପୁରାତନ ହରିହର ଭେଟ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଛି l ଏ ଅବସରରେ ଧନୁଯାତ୍ରା ମହୋତ୍ସବ ଶନିବାର ଉଦଘାଟିତ ହୋଇଯାଇଛି l କମିଟିର ସଭାପତି ମନୋଜ କୁମାର ସାହୁ ଙ୍କ ଅଧ୍ୟକ୍ଷତା କ୍ରମେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଅନ୍ୟ ତମ ଅତିଥିଭାବେ ଲସ୍ତଳା ସରପଞ୍ଚ ଙ୍କ ପ୍ରତିନିଧି ଗଙ୍ଗା ଧର ମହାକୁର ଯୋଗଦେଇ ମହୋତ୍ସବର ଉଦଘାଟନ କରିଥିଲେ l ମଞ୍ଚ ପରିଚାଳନା ଉରୁକ୍ରମ ପାଣ୍ଡିଆ ଏବଂ ଅନିରୁଦ୍ଧ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I ଏ ଅବସରରେ ଶିଶୁ କଳାକାର ମାନଙ୍କୁ ସମର୍ଦ୍ଧିତ କରାଯାଇଥିଲା l ପୌରାଣିକ କଥାବସ୍ତୁ ଉପରେ ଅୟୋଜିତ କାର୍ଯ୍ୟକ୍ରମ ର ପ୍ରଥମ ଦିବସରେ ଯୁବରାଜ କଂସ ଦୁର୍ମିଳାଶୁର କୁ ନିଧନ ଏବଂ ଦେବକୀ ବସୁଦେବ ଙ୍କ ବିବହ ସମ୍ପନ୍ନ ହୋଇଥିଲା I ସେହି ସମୟରେ ଶୂନ୍ୟବାଣୀ ରୁ ନିଜ ମରଣ ରହସ୍ୟ ଶୁଣି ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ମହାରାଜ କଂସ ସିଂହାସନ ଆରୋହଣ କରିଥିଲା I ପରେ ଦେବକୀଙ୍କ ସମସ୍ତ ସନ୍ତାନକୁ ହତ୍ୟା କରିବା ପାଇଁ କlରାଗୃହ ରେ ଉଭୟ ବସୁଦେବ ଓ ଦେବକୀଙ୍କୁ ବନ୍ଦି କରିବା ଦୃଶ୍ୟ ଅଭିନୀତ ହୋଇଥିଲା I ସେହିପରି ରବିବାର ଦ୍ଵିତୀୟ ସନ୍ଧ୍ୟାରେ ଦେବକୀ ଗର୍ଭର ଷଡପୁତ୍ର ଙ୍କୁ ଦର୍ପଣ ଶିଳାରେ କଚାଡି ହତ୍ୟା କରିଛି କଂସ I ସପ୍ତମ ଗର୍ଭ ର ସନ୍ତାନ ଅଦୃଶ୍ୟ ହୋଇଥିବା ବେଳେ ଅଷ୍ଟମ ଗର୍ଭରେ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ ଏବଂ କୌଶଳ କ୍ରମେ ବାସୁଦେବ କୃଷ୍ଣଙ୍କୁ ନେଇ ଗୋପପୁରରେ ନନ୍ଦରାଜାଙ୍କ ଘରେ ରଖିବା ଆଦି ଅଭିନୟ ହୋଇଥିଲା I ରାଜକୀୟ ଅତିଥିଭାବେ ସାମାଜ ସେବୀ ଆନନ୍ଦ ବାରିକ ଯୋଗଦେଇ ସାଂସ୍କୁତିକ ବାର୍ତ୍ତା ପ୍ରଦାନ କରିଥିଲେ I ବିଭିନ୍ନ କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ