Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଂସଦ ଙ୍କ ନିର୍ବାଚନୀ ସଭା ରେ ଅନୁପସ୍ଥିତ ଝାନ୍ସୀ ରାଣୀ ଦାସ।। ନିଜ ଅଞ୍ଚଳ ସଜାଡି ବାକୁ କରୁଛନ୍ତି ଜୋରଦାର ଚେଷ୍ଟା।

ହାଟଡିହି ବୁଧବାର ଦିନ କେନ୍ଦୁଝର ଜିଲ୍ଲାର ସାଂସଦ ପାର୍ଥୀ ଅନନ୍ତ ନାୟକ ଙ୍କ ପାଇଁ ପୁରା ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା ତଥା ଜିଲ୍ଲା ସଭାପତି ସବୁଜ ଅଂଶୁମାନ ବର୍ମା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବ ନିର୍ବାଚନ ର ଆନନ୍ଦପୁର ଭାରତୀୟ ଜନତା ଦଳର ବିଧ୍ୟାୟକ ପାର୍ଥୀ ଆଲୋକ କୁମାର ସେଠୀ ଙ୍କ ନେତୃତ୍ଵ ରେ ବଞ୍ଚୋ ଖେଳ ପଡିଆ ରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦଳର ବହୁ ବରିଷ୍ଠ କର୍ମୀ ଓ ଯୁବ ବର୍ଗ କାର୍ଯ୍ୟକର୍ତ୍ତା ଙ୍କୁ ନେଇ  ଦଳ ଅଞ୍ଚଳ ର ରାଜନୀତି ସମୀକରଣ ତିଆରି କରୁଥିବା ବେଳେ ନୂଆ କରି ବିଜେପି ରେ ସାମିଲ ହୋଇଥିବା ଝାନସୀ ରାଣୀ ଦାସ ଙ୍କୁ ଦେଖିବାକୁ ମିଳିନଥିଲା। ସାମାଜିକ ଗଣମାଧ୍ୟମ ରୁ ଦେଖିବାକୁ ମିଳିଥିଲା ଯେ  ଝାଂସୀ  ବୁଧବାର ଦିନ ହାଟଡିହି ବ୍ଲକର ଧନୁର୍ଜୟ ପୁର୍ ପଞ୍ଚାୟତ ରେ ଜନ ସଂପର୍କ ଯାତ୍ରା କରୁଥିଲେ । ତେଣୁ ବର୍ତ୍ତମାନ ଏହି କଥା ରୁ ସ୍ପଷ୍ଟ ଅନୁମେୟ କି ବିଜେପି  ନିର୍ବାଚନୀ ସଭା ରେ ଉକ୍ତ  ମହିଳା ଆଶାୟୀ ପ୍ରାର୍ଥୀ ଙ୍କ ଅନୁପସ୍ଥିତ ଓ ଗାଁ ଗାଁ ରେ ଜନ ସଂପର୍କ ପଦଯାତ୍ରା ବିଜେପି ପାଇଁ ଫଳ ପ୍ରଦ ହେବ ନା ବୁମେରାଂ ହେବ । ଆଗାମୀ ଦିନରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରୁ ପୂର୍ବ ରୁ ଦଳ ଭରଷା କରିଥିବା ଆଲୋକ ସେଠୀଙ୍କୁ ନେଇ ନିର୍ବାଚନୀ ପ୍ରଚାର ପ୍ରସାର କରୁଥିବା ବେଳେ ନୂଆ କରି ବିଜେପି ରେ ସାମିଲ ହୋଇ ଥିବା ମହିଳା ଆଡ଼ଭୋକେଟ   ଝାନସି ଦାସ ଦଳରେ କିପରି ପ୍ରଦର୍ଶନ କରିବେ। ତାଙ୍କୁ ହିଁ ଅପେକ୍ଷା। କାରଣ ପ୍ରଥମ ନିର୍ବାଚନୀ ସଭା ରୁ ତାଙ୍କର ଅନୁପସ୍ଥିତି ରେ ଭାରତୀୟ ଜନତା ପାର୍ଟି ରେ କୌଣସି ସମସ୍ୟା ସୃଷ୍ଟି କରି ପାରିନାହିଁ।।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ