Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆନନ୍ଦପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ପ୍ରସ୍ତୁତି ଆରମ୍ଭ।

ଆନନ୍ଦପୁର ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ବ ରେ ଆଜି ଵଂଚୋ ଖେଳ ପଡିଆ ରେ ବିଜେପି ଏ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେପି ର ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ, ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ ବିଧାନସଭା ସଂଯୋଜକ ହରିହର ମହାନ୍ତ, ସଂଯୋଜକ ଜ୍ଞାନରଞ୍ଜନ ସାମନ୍ତ ସିଂହାର, ବରିଷ୍ଠ ନେତା ନିରାକାର ଦଳେଇ,ହେମନ୍ତ ମଲ୍ଲିକ, ରାମଚନ୍ଦ୍ର ସାହୁ, ଶମ୍ଭୁନାଥ ରାଉତ, ସୁମତି ଯେନା, ବିବେକାନନ୍ଦ ରାଉତ, ପ୍ରମୁଖ ଯୋଗଦେଇ ଦଳକୁ ତୃଣମୂଳ ସ୍ତର ରୁ ମଜବୁତ କରିବା ଉପରେ ସବିଶେଷ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନେତା ସୁକାନ୍ତ ଯେନା, ଦୀପ୍ତି ସାହୁ, ତୃପ୍ତିମୟୀ ଯେନା, ଦୀପ୍ତି ଖୁଣ୍ଟିଆ, ଅଞ୍ଜନ ତ୍ରିପାଠୀ, ସୁଶାନ୍ତ ଜେନା, ମଣ୍ଡଳ ସଭାପତି ଶଶିକାନ୍ତ ରାଉତ, ବଳଭଦ୍ର ବାରିକ, ହରମୋହନ ଶାସିନ, ସତ୍ୟଜିତ ବେହେରା, ପ୍ରଶାନ୍ତ ମହାପାତ୍ର, ଅନାଦି ସାହୁ, ଟୁକୁନା ମହାନ୍ତ, ମଣ୍ଡଳ ପ୍ରଭାରୀ ଚିତ୍ତ ଜେନା, ଧନେଶ୍ୱର ରାଉତ, ରମାକାନ୍ତ ନାୟକ, ବିଜୟ ଜେନା, ରମାକାନ୍ତ ନାୟକ, ତପନ ପାତ୍ର, ସାନ୍ତୁନ ଖୁଣ୍ଟିଆ, ନିର୍ମଳ ଦେହୁରୀ, ପ୍ରଣାୟିନୀ ନାୟକ, ପୂର୍ଣପ୍ରଭା ଯେନା, ମିନତୀ ମହାପାତ୍ର, ସୋନାଲି ମହାନ୍ତି, ଟିକି କିସ୍କୁ, ସଂଯୁକ୍ତା ସାହୁ, ଚିନ୍ମୟୀ ଜେନା, ବବିତା ଶତପଥି, ନିରୂପମା ଓଝା, କୁନ୍ତଳା ନାଇକ, ଗୋଦାବରୀ ନାଇକ, କନକ ଜେନା, ସସ୍ମିତା ନାହାକ, କନକ ଦାସ,ଙ୍କ ସମେତ ନିର୍ବାଚନ ମଣ୍ଡଳୀ ର ସମସ୍ତ ବୁଥ ର ସଭାପତି, ମଣ୍ଡଳ ମୋର୍ଚ୍ଚା ର ପଦାଧିକାରୀ, ମଣ୍ଡଳ କମିଟି ର କାର୍ଯ୍ୟକର୍ତ୍ତା ଙ୍କ ସମେତ ସମସ୍ତ ବରିଷ୍ଠ ନେତୃମଣ୍ଡଳୀ ଯୋଗଦେଇଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତ ସିଂହାର ମଞ୍ଚ ପରିଚାଳନା କରିଥିବା ବେଳେ ସୁଭାଦ୍ରୀ ବଳିଆର ସିଂ, ଶକ୍ତିକେନ୍ଦ୍ର ପ୍ରମୁଖ ସୁରେନ୍ଦ୍ର ବିଶ୍ୱାଳ, କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ୧୫୦୦ ରୁ ଉର୍ଦ୍ଧ୍ବ ଛାମୁଆ କାର୍ଯ୍ୟକର୍ତ୍ତା ଙ୍କୁ ନେଇ ଆୟୋଜିତ ଏ ବୈଠକରେ ଆଗାମୀ ଦିନରେ ନିର୍ବାଚନ ଜିତିବା ପାଇଁ ବିଭିନ୍ନ ରଣନୀତି ସହ କଠୋର ପରିଶ୍ରମ କରିବା ପାଇଁ ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ ଆହ୍ୱାନ ଦେଇଥିଲେ। ଜିଲ୍ଲା ସଭାପତି ନିଜ ବକ୍ତବ୍ୟ ରେ ଲାଭାର୍ଥୀ ସମ୍ପର୍କ କୁ ବ୍ୟାପକ ଭାବରେ କରିବା ଉପରେ ଗୁରୁତ୍ୱବଦେଇଥିବା ବେଳେ। ରାଜ୍ୟ କୃଷକ ମୋର୍ଚ୍ଚା ର ସଭାପତି ମହେଶ୍ୱର ସାହୁ ସମସ୍ତ କାର୍ଯ୍ୟକର୍ତ୍ତା ଙ୍କ ଦମରେ ଦଳ ଆନନ୍ଦପୁର ରୁ ଉଭୟ ବିଧାୟକ ଓ ସାଂସଦ ଜିତିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ।